ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – କରୋନା ମହାମାରୀ ସମୟରେ ବାତ୍ୟା ଆଶ୍ରୟସ୍ଥଳୀ ତଥା କୋଠାଘରେ ଏବେବି ଆଶ୍ରୟ ନେଇଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ସରକାରୀ ସାହାଯ୍ୟ ସମସ୍ତଙ୍କ ପାଖରେ ପହଞ୍ôଚ ପାରୁନାହିଁ। ଏଥିପାଇଁ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବାତ୍ୟା ଆଶଙ୍କାରେ ଅସ୍ଥଳ, ମଠସାହି, ବଙ୍କସାହି, କୁଆଁସ ଓ ବନ୍ତଛକ ପ୍ରଭୃତି ସ୍ଥାନମାନଙ୍କରେ ଗତକାଲି ରାତ୍ରିରୁ ଭୋକ ଓପାସରେ ରହିଥିବା ପରିବାର ଗୁଡିକୁ ଯୁବ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସହାୟତା ଯୋଗାଇ ଦିଆଯାଇଛି। ଜନଜୀବନ ସାଧାରଣ ଅବସ୍ଥାକୁ ନଫେରିବା ଯାଏ ଏ ସହାୟତା ଜାରି ରହିବ ବୋଲି ଶ୍ରୀ ସୂରଜ ଗଣମାଧ୍ୟମକୁ କହିଛନ୍ତି।
Home ଜିଲ୍ଲା ପରିକ୍ରମା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ବାତ୍ୟା ବିପନ୍ନଙ୍କୁ ଖାଦ୍ୟ ବଣ୍ଟନ