Home ଜିଲ୍ଲା ପରିକ୍ରମା ପାରିବାରିକ କଳହ ପାଇଁ ୯ ମାସର ଶିଶୁପୁତ୍ରକୁ ଗାଡି ଆଗକୁ ଫିଙ୍ଗିଲା ମା’

ପାରିବାରିକ କଳହ ପାଇଁ ୯ ମାସର ଶିଶୁପୁତ୍ରକୁ ଗାଡି ଆଗକୁ ଫିଙ୍ଗିଲା ମା’

164

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାରିବାରିକ କଳହ ପାଇଁ ୯ ମାସର ଶିଶୁପୁତ୍ରକୁ ମା’ ଗାଡି ଆଗକୁ ଫିଙ୍ଗି ଆତ୍ମହତ୍ୟା ଉଦ୍ୟମ କରିବା ଭଦ୍ରକରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ ସ୍ୱାମୀ ପ୍ରଥମ ବିବାହ କରିଥିବାବେଳେ ପିଲାପିଲି ମଧ୍ୟ ଥିଲେ । କିନ୍ତୁ ପୁଣି ଆଉ ଗୋଟାଏ ବିବାହ କଲେ । ଏମିତିକି ଦ୍ୱିତୀୟ ସ୍ତ୍ରୀକୁ ଭଡାଘରେ ରଖୁଥିଲେ ମଧ୍ୟ ପିଲା ହେବା ପରେ ତାଙ୍କ ପାଖକୁ ମଧ୍ୟ ଗଲେନାହିଁ । ସେଥିପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବାରୁ ଦ୍ୱିତୀୟ ସ୍ତ୍ରୀ ନିଜ ପିଲାକୁ ଗାଡି ସମ୍ମୁଖକୁ ଫିଙ୍ଗି ପରେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ପରେ ଆପୋଷ ବୁଝାମଣାରେ ଫେରିଛନ୍ତି ଦମ୍ପତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚାରିଘରିଆ ନିକଟ ମୁଣ୍ଡାସାହିରେ । ସୂଚନାଯୋଗ୍ୟ ଯେ ଚାରିଘରିଆ ମୁଣ୍ଡାସାହିର ବିଜୟ ମୁର୍ମୁ ପ୍ରଥମେ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କର ପିଲା ହେବା ପରେ ପୁଣି ଦ୍ୱିତୀୟ ବିବାହ କରିଥିଲେ । ଦ୍ୱିତୀୟ ସ୍ତ୍ରୀଙ୍କର ପୁଅ ହେବା ପରେ ଆଉ ଘରକୁ ନେଲେ ନାହିଁ କିମ୍ବା ଆଉ ଆସିଲେ ନାହିଁ । କଳହ ବଢିବାରୁ ବିଜୟଙ୍କ ଦ୍ୱିତୀୟ ସ୍ତ୍ରୀ ତାଙ୍କ ୯ ମାସର ଶିଶୁପୁତ୍ରକୁ ଏକ ଟ୍ରକ୍ ସମ୍ମୁଖକୁ ଫିଙ୍ଗି ଦେଇଥିଲେ । ଟ୍ରକ୍ ଚାଳକ ଗାଡି ଅଟକାଇ ସ୍ଥାନୀୟ ଲୋକଙ୍କୁ ଅଟକ ରଖିବା ସହ ଶିଶୁପୁତ୍ରକୁ ମେଡିକାଲରେ ଚିକିତ୍ସା କରାଇଥିଲେ । ସେଠାରେ ଟାଉନ୍ ପୁଲିସ୍ ପହଞ୍ôଚବା ପରେ ଉଭୟଙ୍କୁ ଥାନାକୁ ନେଇଥିଲା । ପରେ ଆପୋଷ ବୁଝାମଣାରେ ଉଭୟ ସ୍ୱାମୀ-ସ୍ତ୍ରୀ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.