Home Coronavirus Outbreak ଏସଆଇସି ହସପିଟାଲ ଗୁଡିକ ପାଇଁ କୋଭିଡ-୧୯ ଚିକିତ୍ସା ସୁବିଧା ଥିବା ଡ୍ୟାଶବୋର୍ଡ

ଏସଆଇସି ହସପିଟାଲ ଗୁଡିକ ପାଇଁ କୋଭିଡ-୧୯ ଚିକିତ୍ସା ସୁବିଧା ଥିବା ଡ୍ୟାଶବୋର୍ଡ

23

ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ରାଜ୍ୟ ବୀମା ନିଗମ (ଇ ଏସ ଆଇ ସି) ସାଂପ୍ରତିକ କରୋନା ମହାମାରୀ ସମୟରେ ନିଜର ସାମାଜିକ ଦାୟିତ୍ୱବୋଧ ନିର୍ବାହ କରିବାକୁ ଯାଇ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି। ଏହି ନୂଆ ପଦକ୍ଷେପରେ ନାଗରିକ କେନ୍ଦ୍ରୀକ ସେବା ଯୋଗାଣ ବା ସୂଚନା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସମୟର ସବୁଠୁ ବଡ ଆବଶ୍ୟକତା ହେଲା କରୋନା ରୋଗୀଙ୍କ ଚିକିତ୍ସା ଓ ସେବା ପାଇଁ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା। ଏହାର ହିତାଧିକାରୀଙ୍କ ନିମନ୍ତେ ଇଏସ୍‌ଆଇ ପକ୍ଷରୁ ଯେଉଁ ସବୁ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ପ୍ରଦାନକାରୀ ସୁବିଧାମାନ କରାଯାଇଛି ସେସବୁକୁ ଏବେ ଦେଶର ଲୋକମାନଙ୍କୁ କୋଭିଡ ଚିକିତ୍ସା ଓ ସେବା ଯୋଗାଇ ଦେବାକୁ ଉନ୍ମୁକ୍ତ କରାଯାଇଛି। କୋଭିଡ ଆକ୍ରାନ୍ତଙ୍କୁ ଉତ୍ସର୍ଗୀକୃତ ସେବା ଯୋଗାଇବାକୁ ଇଏସ୍‌ଆଇର କେତେକ ଚିକିତ୍ସା ପ୍ରତିଷ୍ଠାନ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏଥିରେ ଆମର ସାହସୀ ଚିକିତ୍ସକ ଓ ଚିକିତ୍ସାକର୍ମୀ ତଥା ଅନ୍ୟାନ୍ୟ ସମ୍ମୁଖ ଭାଗର କର୍ମୀମାନେ ଏସବୁ ଇଏସଆଇ ହସ୍‌ପିଟାଲରେ ୨୪ଘଣ୍ଟିଆ ଜୀବନ ରକ୍ଷାକାରୀ ସେବା ଯୋଗାଇ ଦେଉଛନ୍ତି। ସେମାନେ କେବଳ ଦାୟିତ୍ୱବାନ ନାଗରିକ ଭାବେ ଏହି କାର୍ଯ୍ୟ କରୁନାହାନ୍ତି, ଏଥିରେ “ମାନବଜାତିର ସେବା, ଈଶ୍ୱରଙ୍କ ସେବା ସହ ସମାନ” ଭାବନା ରଖି ଏହି ମହତ୍ କାମରେ ଲାଗିପଡିଛନ୍ତି।

ଯୋଗାଣ ଓ ଚାହିଦା ମଧ୍ୟରେ ବ୍ୟବଧାନ ଥିବାରୁ ଏବେ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଶଯ୍ୟାର ଅଭାବ ରହିଛି। ଯେଉଁଠି ଶଯ୍ୟା ରହିଛି ସେ ସମ୍ପର୍କରେ ଠିକ୍ ସମୟରେ ତଥ୍ୟ ଉପଲବ୍ଧ ହେଉନାହିଁ। ଫଳରେ ଜରୁରୀ ଚିକିତ୍ସା ଓ ଯତ୍ନ ଲୋଡୁଥିବା ରୋଗୀମାନେ ଅସୁବିଧାରେ ପଡୁଛନ୍ତି। ଏସିକ୍‌ର ଆଇସିଟି ଟିମ୍ ଏଥିପାଇଁ ନିରନ୍ତର ପରିଶ୍ରମ କରି ଏକ ନକ୍ସା ପ୍ରସ୍ତୁତ କରିଛି। ଏହି ନକ୍ସା ଆଧାରରେ ଏକ ଡ୍ୟାଶବୋର୍ଡ ତିଆରି କରାଯାଇ ତାହାକୁ କାର୍ଯ୍ୟରେ ଲଗାଯାଇଛି। ରେକର୍ଡ ସମୟରେ ଖୁବ୍ କମ୍ ଦିନରେ ଏହି ଡ୍ୟାଶବୋର୍ଡ ବିକଶିତ ହୋଇ କାର୍ଯ୍ୟକ୍ଷମ ହୋଇଛି। ଏହା ମାଧ୍ୟମରେ ଚିକିତ୍ସା ପାଇଁ ଜରୁରୀକାଳୀନ ଭିତ୍ତିରେ ଶଯ୍ୟା ଖୋଜୁଥିବା ଲୋକେ ଏସିକ୍ ହସ୍‌ପିଟାଲରେ ବେଡ ସମ୍ପର୍କରେ ଆବଶ୍ୟକ ସୂଚନା ପାଇପାରିବେ।

ଏହି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଥିବା ଇଏସଆଇ ହସ୍‌ପିଟାଲଗୁଡିକ ନିଜର ଉପଲବ୍ଧ ଖାଲି ଶଯ୍ୟା ସମ୍ପର୍କରେ ନିୟମିତ ସର୍ବଶେଷ ତଥ୍ୟାବଳୀ ଯୋଗାଉଛନ୍ତି ଏବଂ ତାହା ଡ୍ୟାଶବୋର୍ଡରେ ସ୍ଥାନ ପାଉଛି। ଆଗ୍ରହୀ ବ୍ୟକ୍ତିବିଶେଷ ଏହି ଡ୍ୟାଶବୋର୍ଡରୁ ଚିକିତ୍ସା ସୁବିଧା ପାଇଁ ଉପଲବ୍ଧ ଥିବା ଶଯ୍ୟା, ହସ୍‌ପିଟାଲର ନାମ ଓ ଅନ୍ୟାନ୍ୟ ତଥ୍ୟ ଜାଣିପାରିବେ ଏବଂ ଆବଶ୍ୟକ ସ୍ଥଳେ ତାହାର ସୁବିଧା ନେଇ ପାରିବେ।

କୋଭିଡ ଫ୍ୟାସିଲିଟି ଡ୍ୟାସବୋର୍ଡର ଲିଙ୍କ ପାଇଁ କ୍ଲିକ କରନ୍ତୁ-

https://www.esic.in/Dashboard/CovidDashBoard.aspx.

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.