Home Coronavirus Outbreak କୋଭିଡ ପରିଚାଳନାରେ ସେନାର ପଦକ୍ଷେପ ଓ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

କୋଭିଡ ପରିଚାଳନାରେ ସେନାର ପଦକ୍ଷେପ ଓ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

39

ନୂଆଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) ସେନାମୁଖ୍ୟ ଜେନେରାଲ ଏମ.ଏମ.ନରଭଣେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।କୋଭିଡ ପରିଚାଳନାରେ ସେନା ନେଉଥିବା ପଦକ୍ଷେପ ନେଇ ସେମାନେ ଆଲୋଚନା କରିଥିଲେ।ଜେନେରୋଲ ଏମ.ଏମ.ନରଭଣେ ସେନାର ମେଡିକାଲ ଷ୍ଟାଫ ବିଭିନ୍ନ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରୁଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସେନା ଦେଶର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ହସ୍ପିଟାଲ ମାନ ସ୍ଥାପନ କରୁଥିବା ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଜନସାଧାରଣ ସେମାନଙ୍କ ନିକଟବର୍ତ୍ତୀ ସେନା ହସ୍ପିଟାଲ ସହ ଯୋଗାଯୋଗ କରିପାରିବେ ବୋଲି ସେ ସୂଚନା ଦେଇଥିଲେ।ବାହାରୁ ଆମଦାନୀ ହୋଇ ଆସୁଥିବା ଅମ୍ଳଜାନ ସିଲିଣ୍ଡର ଓ ଯାନବାହନ ପରିବହନ ପାଇଁ ଯେଉଁଠି ସ୍ୱତନ୍ତ୍ର କୌଶଳ ଅବଲମ୍ବନ ଆବଶ୍ୟକ ସେଠାରେ ସେନା ନିଜ କର୍ମଚାରୀ ମୁତୟନ କରି ସାହାଯ୍ୟ କରୁଥିବା ଜେନେରାଲ ନରଭଣେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.