Home ଜିଲ୍ଲା ପରିକ୍ରମା ସରପଞ୍ଚଙ୍କ ପୁଅ ଯୋଗୁଁ ତାଙ୍କୁ ଚାରିଖୁଣ୍ ମାଫ୍ , ବିବାହର ପ୍ରତିଶ୍ରୁତି ଦେଇ ନିରୀହା ପ୍ରେମିକାକୁ...

ସରପଞ୍ଚଙ୍କ ପୁଅ ଯୋଗୁଁ ତାଙ୍କୁ ଚାରିଖୁଣ୍ ମାଫ୍ , ବିବାହର ପ୍ରତିଶ୍ରୁତି ଦେଇ ନିରୀହା ପ୍ରେମିକାକୁ ପ୍ରତାରଣା

33

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନୈକା ୧୯ ବର୍ଷିୟା ନିରୀହ ଝିଅକୁ ଜନୈକ ସରପଞ୍ଚଙ୍କ ପୁଅ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘଦିନ ଶାରୀରିକ ସଂପର୍କ ରଖିବା ପରେ ପ୍ରତାରଣା କରିବା ଘଟଣା ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଶରଣାପନ୍ନ ହୋଇଥିବା ପ୍ରେମିକାର ଅଭିଯୋଗ ପତ୍ରରୁ ଜଣାପଡିଛି । ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ ସାହାଡାପଲ୍ଲୀ ଗ୍ରାମର ଜନୈକ ୧୯ ବର୍ଷିୟା ଯୁବତୀ ସହ ନିଳୋକ ପଂଚାୟତର ସରପଞ୍ଚଙ୍କ ୨୧ ବର୍ଷିୟ ପୁତ୍ର ଦେବାଶିଷ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘଦିନ ହେବ ଭଲପାଇ ଶାରୀରିକ ସଂପର୍କ ରଖିଆସୁଥିଲା । ଗତ ୨୦ ତାରିଖ ଦିନ ସେ ଯୁବତୀ ଜଣକୁ ବିବାହର ପ୍ରତିଶ୍ରୁତି ଦେଇ କେତେଜଣ ବନ୍ଧୁଙ୍କ ସହାୟତାରେ ରାତି ୧୧.୩୦ ରେ ଭୁବନେଶ୍ୱର ନେଇ ଜଣେ ବନ୍ଧୁଙ୍କ ଘରେ ରଖି ନିଜ ଗ୍ରାମକୁ ପଳାଇ ଆସିଥିଲେ । ପୁନର୍ବାର ସେ ୨୩ ତାରିଖ ଦିନ ତାଙ୍କୁ ଭଦ୍ରକ ଆଣି ତାଙ୍କ ଗାଁଙ୍କୁ ବିବାହ ପାଇଁ ଆସିବାକୁ କହିଥିଲେ । ସେହି ପ୍ରତିଶ୍ରୁତିକୁ ବିଶ୍ୱାସ କରି ଯୁବତୀ ଜଣକ ଭଦ୍ରକରେ ପହଞ୍ôଚବା ପରେ ପ୍ରେମିକ ଦେବାଶିଷ ତାର କେତେଜଣ ସହଯୋଗୀଙ୍କ ସହ ଭଦ୍ରକରୁ ତାଙ୍କ ଗ୍ରାମକୁ ଯିବାର ବାହାନା କରି ରାତି ୧୨ ଟାରେ ଓଳମ ଗ୍ରାମରେ ପହଞ୍ôଚ ପ୍ରେମିକାଙ୍କୁ ତାଙ୍କ ପିଉସୀ ଘର ନିକଟରେ ଓହ୍ଲାଇ ଧମକ ଚମକ ଦେଇ ପଳାଇ ଯାଇଥିଲେ । ଫଳରେ ପ୍ରେମିକା ଯୁବତୀ ଜଣକ ଦେବାଶିଷ ଓ ତାଙ୍କ ସହଯୋଗୀମାନଙ୍କୁ ଫୋନ୍ କରି ସୁଇଚ୍ ଅଫ୍ ଥିବାରୁ ନିରାଶ ହୋଇ ଶେଷରେ ବନ୍ତ ଥାନାରେ ଗତ ୨୪ ତାରିଖରେ ଏକ ଅଭିଯୋଗ ପତ୍ର ଦେଇଥିଲେ । ଯାହାର କେଶ୍ ନଂ ୮୬/୨୧ ଅଟେ । ଏହାପରେ ଯୁବତୀ ଜଣକ ଦେବାଶିଷ ସରପଞ୍ଚଙ୍କ ପୁଅ ହୋଇଥିବାରୁ ଥାନାରେ ସେମାନଙ୍କର ପ୍ରଭାବ ଜାଣି ଆଜି ପରିବାର ବର୍ଗ ଓ ଅଧିବକ୍ତା ବନମାଳୀ ଜେନାଙ୍କ ସହ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ଭେଟି ଏ ସଂପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.