Home ଜିଲ୍ଲା ପରିକ୍ରମା ଜବରଦଖଲ ମୁକ୍ତ ହେଲା ଦଣ୍ଡୋ ରାଜସ୍ୱ ଗ୍ରାମ୍ୟ ରାସ୍ତା

ଜବରଦଖଲ ମୁକ୍ତ ହେଲା ଦଣ୍ଡୋ ରାଜସ୍ୱ ଗ୍ରାମ୍ୟ ରାସ୍ତା

26

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବନ୍ତ ତହସିଲ ଅନ୍ତର୍ଗତ ଦଣ୍ଡୋ ରାଜସ୍ୱ ଗ୍ରାମର ଦୀର୍ଘ ବର୍ଷ ଧରି ଜବରଦଖଲରେ ଥିବା ଗ୍ରାମ୍ୟ ରାସ୍ତାକୁ ଆଜି ବନ୍ତ ତହସିଲ ପକ୍ଷରୁ ଜବରଦଖଲ ମୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଯେ ଉକ୍ତ ଗ୍ରାମର ଜଣେ ଅସାମାଜିକ ଶ୍ରେଣୀର ବ୍ୟକ୍ତି ବଳପୂର୍ବକ ଜବରଦଖଲକୁ ନେଇ ବାଉଁଶ ବୁଦା ପକାଇ ନିଜ କାର୍ଯ୍ୟରେ ଲଗାଉଥିଲେ । ଫଳରେ ଉକ୍ତ ଗ୍ରାମର ପ୍ରାୟ ୬ଗୋଟି ପରିବାର ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଫଳରେ ଗ୍ରାମବାସୀମାନେ ଜବରଦଖଲ ମୁକ୍ତ କରିବା ନିମନ୍ତେ ବନ୍ତ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗପାଇ ତହସିଲଦାର ତହସିଲ ଅମୀନଙ୍କ ଦ୍ୱାରା ଗ୍ରାମବାସୀଙ୍କ ଉପସ୍ଥିତିରେ ରାସ୍ତାର ମାପଚୁପ କରାଇ ରାସ୍ତା ବାହାର କରିଦେଇଥିଲେ । କିନ୍ତୁ ଜବରଦଖଲକାରୀ ମାପକୁ ଅମାନ୍ୟ କରିବା ସହ ନିଜ ଜିଦ୍‌ରେ ଅଟଳ ରହିଥିଲେ । ଫଳରେ ଗ୍ରାମବାସୀମାନେ ପୁନଃର୍ବାର ବନ୍ତ ତହସିଲରେ ଏନେଇ ଅଭିଯୋଗ କରିବା ପରେ ବନ୍ତ ତହସିଲଦାର ଇନ୍ଦିରା ସାହୁ, ତହସିଲ ଓକିଲ ଅଣାକାର ମଲ୍ଲିକ, କେନ୍ଦୁଆପଦା ଆର୍‌ଆଇ ସୌମ୍ୟରଞ୍ଜନ ସାମନ୍ତ, ତହସିଲ ଅମୀନ ତାପସ ରଞ୍ଜନ ଜେନା, କେନ୍ଦୁଆପଦା ଫାଣ୍ଡି ଅଧିକାରୀ ଅମୂଲ୍ୟ କୁମାର ଗିରି ପ୍ରମୁଖ ଏକ ପ୍ଲାଟୁନ୍‌ଫୋର୍ସ ସହ ଉକ୍ତ ଜବରଦଖଲ ସ୍ଥଳରେ ପହଞ୍ଚି ଗ୍ରାମବାସୀମାନଙ୍କ ଉପସ୍ଥିତିରେ ୨ଗୋଟି ହିଟାଚି ମେସିନ୍ ଲଗାଇ ଜବରଦଖଲ ମୁକ୍ତ କରିଥିଲେ । ଏପରିକି ତହସିଲଦାରଙ୍କ ଉପସ୍ଥିତିରେ ସରକାରୀ ଅମୀନ ଗ୍ରାମବାସୀମାନଙ୍କୁ ରାସ୍ତା ଚିହ୍ନଟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.