Home ଜିଲ୍ଲା ପରିକ୍ରମା ୫ ହଜାର ଟଙ୍କା ସହ ୫ କିଲୋ ଚିଙ୍ଗୁଡି ଲାଞ୍ଚ ମାଗିବା ମହଙ୍ଗା ପଡିଲା, ନିଲମ୍ବିତ...

୫ ହଜାର ଟଙ୍କା ସହ ୫ କିଲୋ ଚିଙ୍ଗୁଡି ଲାଞ୍ଚ ମାଗିବା ମହଙ୍ଗା ପଡିଲା, ନିଲମ୍ବିତ ହେଲେ ଚାନ୍ଦବାଲି ଏଏସ୍‌ଆଇ ହରେକୃଷ୍ଣ ପାଢୀ

64

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ କେଶ୍ ରଫାଦଫା କରିବା ପାଇଁ ପୁଲିସ୍ ବାବୁ ଜଣଙ୍କ ମୋବାଇଲ୍‌ରେ ଅଭିଯୁକ୍ତଙ୍କୁ ନଗଦ ୫ ହଜାର ଟଙ୍କା ସହ ୫ କିଲୋ ବଡ ଚିଙ୍ଗୁଡି ଲାଞ୍ଚ ମାଗିବା ଘଟଣା ତାଙ୍କୁ ମହଙ୍ଗା ପଡିଛି । ଏହି ଘଟଣାର ଅଡିଓ ଭାଇରାଲ ହେବା ପରେ ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକ ତାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରିଥିବାର ଜଣାପଡିଛି । ଘଟଣାର ପ୍ରେକ୍ଷାପଟ ଏହିଭଳି । ଏହ ଜିଲାର ଚାନ୍ଦବାଲି ଥାନାର ଏଏସ୍‌ଆଇ ହରେକୃଷ୍ଣ ପାଢୀ ଏକ ମାମଲାରେ ଅଭିଯୁକ୍ତଙ୍କୁ ଖସାଇ ଦେବା ସହ ତାଙ୍କ ନାମ ଅଭିଯୁକ୍ତ ଫର୍ଦ୍ଦରୁ କାଟିଦେବା ନେଇ ୫ ହଜାର ଟଙ୍କା ସହ ୫ କିଲୋ ଚିଙ୍ଗୁଡି ଲାଞ୍ଚ ମାଗିଥିଲେ । ଏହି ଘଟଣାର ଅଡିଓ ଦୁଇଦିନ ହେବ ଭାଇରାଲ ହୋଇଚାଲିଥିଲା । ଫଳରେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଚାନ୍ଦବାଲି ଏସ୍‌ଡିପିଓଙ୍କୁ ତଦନ୍ତ ଦାୟିତ୍ୱ ଦେବାପରେ ତାଙ୍କ ରିପୋର୍ଟ ମୂଳେ ଆଜି ଏଏସ୍‌ଆଇ ପାଢୀ ବାବୁଙ୍କୁ ନିଲମ୍ବିତ ହେବାକୁ ପଡିଛି । ଏହି ଘଟଣା ଏବେ ଜିଲାବ୍ୟାପୀ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.