କୋରାପୁଟ ୨୫-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ମାଛକୁଣ୍ଡ ପୋଲିସ ଦ୍ୱାରା ୫୯ କେଜି ୧୦୦ ଗ୍ରାମ ଗଞେଇ ଜବତ କରାଯିବା ସହ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।ଗତକାଲି ରାତ୍ରୀରେ ପେଟ୍ରୋଲିଂ କରିବା ସମୟରେ ଏକ ବୋଲୋରୋ ପିକଅଫ ଗାଡି(ନମ୍ବର ଓଡି୧୦ପି-୭୫୬୬)କୁ ଅଟକାଇ ଯାଂଚ କରିବା ସମୟରେ ଗଞେଇ ଥିବା ଜାଣିବାକୁ ପାଇଥିଲେ ।ଓଜନ କରାଯିବା ପରେ ୫୯ କେଜି ୧୦୦ ଗ୍ରାମ ଗଞେଇ ରହିଥିବା ଏସଆଇ ଡମ୍ବୁରଧର ଭତ୍ରିଆ ସୂଚନା ଦେଇଛନ୍ତି ।ମାଲକାନଗିରି ପଣସପୁଟ ଅଂଚଳର ଅର୍ଜୁନ ମୁକେଇ(୩୦) ଓ ଗୋପୀନାଥ ଖେମୁଣ୍ଡୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ଗଞେଇ ଜବତ କରାଯିବା ସହ ୨ ଟି ମୋବାଇଲ ଫୋନ ଓ ବୋଲୋରୋ ପିକଅପ ଗାଡିକୁ ଜବତ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।







