Home ଓଡ଼ିଶା କରୋନାରେ ବିଜେପି ବିଧାୟକ ସୁରେଶ ଶ୍ରୀବାସ୍ତବଙ୍କ ପରେ ତାଙ୍କ ପତ୍ନୀଙ୍କ ନିଧନ – ପୁଅଙ୍କ ଅବସ୍ଥା...

କରୋନାରେ ବିଜେପି ବିଧାୟକ ସୁରେଶ ଶ୍ରୀବାସ୍ତବଙ୍କ ପରେ ତାଙ୍କ ପତ୍ନୀଙ୍କ ନିଧନ – ପୁଅଙ୍କ ଅବସ୍ଥା ଗୁରୁତର

84

ଲକ୍ଷ୍ନୌ, ଏପ୍ରିଲ୍ ୨୫ (ଓଡ଼ିଆ ପୁଅ) : ଉତ୍ତରପ୍ରଦେଶରେ କରୋନା ଭୂତାଣୁ ଯୋଗୁଁ ପ୍ରତିଦିନ ଶହ ଶହ ମୃତ୍ୟୁ ଘଟୁଛି। କ’ଣ ସାଧାରଣ, କ’ଣ ବିଶେଷ, ସମସ୍ତେ ଏହି ସଂକ୍ରମଣର ଶିକାର ହେଉଛନ୍ତି। ଲକ୍ଷ୍ନୌ ପଶ୍ଚିମ ଆସନରୁ ବିଜେପି ବିଧାୟକଙ୍କ ମୃତ୍ୟୁ ପରେ କରୋନାରେ ସୁରେଶ ଶ୍ରୀବାସ୍ତବଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମାଳତୀ ଶ୍ରୀବାସ୍ତବ ମଧ୍ୟ ଏହି ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ମାଳତୀ ଶ୍ରୀବାସ୍ତବ ଗୋମତିନଗରର ସେଣ୍ଟ ଜୋସେଫ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୁରେଶ ଶ୍ରୀବାସ୍ତବଙ୍କ ପୁଅ ସୌରଭ ଶ୍ରୀବାସ୍ତବଙ୍କର ମଧ୍ୟ କୋଭିଡ ପଜିଟିଭ୍ ଆସିବାରୁ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା କୁହାଯାଉଛି।

ଦୁଇ ଦିନ ପୂର୍ବେ ବିଜେପି ବିଧାୟକଙ୍କ ଦେହାନ୍ତ ହୋଇଥିଲା। ସୂଚନାଯୋଗ୍ୟଯେ, କରୋନା ସଂକ୍ରମଣ ଯୋଗୁଁ ବିଜେପି ବିଧାୟକଙ୍କ ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.