Home କୋରାପୁଟ କୋରାପୁଟ ଜିଲ୍ଲାରେ ୭୧ଜଣ କରୋନା  ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୭୧ଜଣ କରୋନା  ପଜିଟିଭ ଚିହ୍ନଟ

16

କୋରାପୁଟ ୨୫-୦୪(ଓଡିଆ ପୁଅ /ରଂଜନ ଦାସ)  କୋରାପୁଟ ଜିଲ୍ଲାରେ  ରବିବାର ଦିନ୨୬ଜଣ ମହିଳାଙ୍କ ସମେତ ୭୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୭,ଜୟପୁର ପୌରାଂଚଳରୁ ୧୭, ସୁନାବେଡା ପୌରାଂଚଳରୁ  ୫  ଏବଂ କୋଟପାଡ ଏନଏସିରୁ ୪ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ ବ୍ଲକରୁ ୧୦,ବୋରିଗୁମ୍ମାରୁ ୫,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୫  ଓ କୋରାପୁଟ ବ୍ଲକରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଟପାଡ ବ୍ଲକରୁ ୩,କୁନ୍ଦ୍ରାରୁ ୧ ,ଲକ୍ଷ୍ମୀପୁର  ବ୍ଲକରୁ  ୪,ପଟ୍ଟାଙ୍ଗୀ ବ୍ଲକରୁ ୩୧  ଏବଂ ସେମିଲିଗୁଡା  ବ୍ଲକରୁ  ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ୨୪  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୮ ହଜାର ୮୮୨  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.