Home ଜିଲ୍ଲା ପରିକ୍ରମା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସାମୀକୁ ଆଜୀବନ କାରାଦଣ୍ଡ

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସାମୀକୁ ଆଜୀବନ କାରାଦଣ୍ଡ

53

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମାନ୍ୟବର ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଣତି ସାହା ଏକ ଦୁଷ୍କର୍ମ ଓ ହତ୍ୟା ଅପରାଧ ମାମଲାର ବିଚାର କରି ଆସାମୀ ବିଜୁ ହୋ’ କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରକାଶ ଥାଉକି ଆସାମୀ ବିଜୁ ହୋ ୨୦୧୭ ମସିହାରେ ପୀଡିତାକୁ ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା । ତା’ ପରଦିନ ସକାଳୁ ପୀଡିତାର ସ୍ୱାମୀ ପୀଡିତାକୁ ମୁମୂର୍ଷ ଅବସ୍ଥାରେ ଗୋଟିଏ ପରିତ୍ୟକ୍ତ ଘରୁ ଉଦ୍ଧାର କରିଥିଲା । ପୀଡିତା ସମସ୍ତ ଘଟଣା ତାର ସ୍ୱାମୀ ନିକଟରେ ଆସାମୀ ବିଜୁ ହୋ ତାର ଇଚ୍ଛା ବିରୁଦ୍ଧରେ ଦୁଷ୍କର୍ମ କରିଥିବା କଥା ପ୍ରକାଶ କରିଥିଲା । ଏବଂ ପୀଡିତା ଜଣକ ଉକ୍ତ ଦୁଷ୍କର୍ମର ଶୀକାର ହୋଇ ମୃତ୍ୟୁବରଣ କରିଥିଲା । ଉପରୋକ୍ତ ମକଦ୍ଦମାରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଆଜି ମାନ୍ୟବର ଅଦାଲତ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମକଦ୍ଦମାକୁ ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ୍ତ କୁମାର ସାମଲ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.