ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଦୁଇଟି ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ‘ଭିଜନ-୨୦୨୪’ ପରିପ୍ରେକ୍ଷୀରେ ଜିଲ୍ଳା କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ହୋଇ ଚାଲୁଥିବା ଆନ୍ତଃ ଜିଲ୍ଳା ସିନିୟର କ୍ଲବ ଲିଗ ଟୁର୍ଣ୍ଣାମେଣ୍ଟରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଚରମ୍ପା ରେଲୱେ ପଡ଼ିଆରେ ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ରେଡ଼ ଓ ସାଳନ୍ଦୀ କ୍ଲବ ମଧ୍ୟରେ ଖେଳା ଯାଇଥିଲା । ସାଳନ୍ଦୀ କ୍ଲବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୭.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୮୩ ରନ କରିଥିଲା । ସଞ୍ଜୟ କୁମାର ଜେନା ୫୫, ସତ୍ୟବ୍ରତ ବେହେରା ୫୨ ଓ ଇନ୍ଦ୍ରଜିତ ମହାନ୍ତି ୨୯ ରନ କରିଥିଲେ । ବିଜୟଭାନୁ ରେଡ ପକ୍ଷରୁ ରୋହିତ କୁମାର ଦାସ ୪ଟି, କୁମାର କୌଶିକ ସାହୁ ୨ଟି ଓ ସଞ୍ଜୟଶ୍ର ରାଉଳ ଗୋଟିଏ ଉଇକେଟ ନେଇଥିଲେ । ପରେ ଦ୍ୱିତୀୟାର୍ଦ୍ଧ ବ୍ୟାଟିଂରେ ବିଜୟଭାନୁ ରେଡ ଆବଶ୍ୟକ ୧୮୪ ରନ ୩୭.୩ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା । ଦଳ ପକ୍ଷରୁ ଆକାଶ ମହାପାତ୍ର ଅପରାଜିତ ୪୬, ମୀର ଜଫରୁଦ୍ଦିନ ୪୭ ଓ ଅବିନାଶ ସିଂ ଅପରାଜିତ ୪୮ ରନ କରିଥିଲେ । ସାଳନ୍ଦୀ ପକ୍ଷରୁ ଜାମିଲ ଅଖତର କାଦ୍ରୀ, ନନ୍ଦ ମୁଣ୍ଡା ଓ ରଂଜିତ କୁମାର ବାରିକ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ରୋହିତ କୁମାର ଦାସଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ସେହିଭଳି ଭଦ୍ରକ କଲେଜ ପଡ଼ିଆରେ ଏକ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ ବଙ୍କସାହି ଯୁବକ ସଂଘ ଓ ସୂର୍ଯ୍ୟଶିଖା କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଙ୍କସାହି ଦଳ ଟସ୍ ଜିତି ବ୍ୟାଟିଂ କରି ୩୫.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୭୫ ରନ କରିଥିଲା । ଦଳର ପ୍ରୀତିରଂଜନ ସାହୁ ୫୨, ସଚିନ କିଶାନ ଜେନା ୧୫ ଓ ଅଭିଜିତ ବେହେରା ୧୪ ରନ କରିଥିଲେ । ସୂର୍ଯ୍ୟଶିଖା ପକ୍ଷରୁ ଆଲୋକ କୁମାର ବାରିକ ୩ଟି, ଇମ୍ରାନ ଖାନ୍ ଓ ସୂର୍ଯ୍ୟକାନ୍ତ ବାରିକ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ । ୧୭୬ ରନକୁ ପିଛା କରି ବ୍ୟାଟିଂ କରିଥିବା ସୂର୍ଯ୍ୟଶିଖା ଦଳ ୩୬ ଓଭରରେ ୭ ଉଇକେଟ ହରାଇ ୧୭୮ରନ କରି ବିଜୟୀ ହୋଇଥିଲା । ଶୁଭମ କୁମାର ନାୟକ ୩୭, ରବିନ ପଣ୍ଡା, ୨୯ ଓ ଇମ୍ରାନ ଖାନ ୨୬ ରନ କରିଥିଲେ । ବଙ୍କସାହି ପକ୍ଷରୁ ଅର୍ଣ୍ଣବ ଦାସ ୨ଟି, ମନିଶ ଦାସ ୨ଟି ଓ ବିଶ୍ୱଜିତ ବଳ ଗୋଟିଏ ଉଇକେଟ ନେଇଥିଲେ । ଆଲୋକ କୁମାର ବାରିକଙ୍କ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା ।
Home ଜିଲ୍ଲା ପରିକ୍ରମା ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ବିଜୟଭାନୁ ରେଡ ଓ ସୂର୍ଯ୍ୟଶିଖା...