ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ବଜରଙ୍ଗ ଦଳ ପକ୍ଷରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ରିଙ୍କୁ ଶର୍ମାଙ୍କ ହତ୍ୟାର ପ୍ରତିବାଦ ସହ ହତ୍ୟାକାରୀଙ୍କୁ ତୁରନ୍ତ ଫାଶି ଦାବିରେ ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୭ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ହେତୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାଙ୍କ ଦ୍ୱାରା ସମଗ୍ର ଭାରତରେ ନିଧି ସଂଗ୍ରହ ଅଭିଯାନ ଚାଲିଛି । ଏହାର ଅନୁପାଳନ କରି ଦିଲ୍ଲୀ ମଙ୍ଗଲପୁରୀର କାର୍ଯ୍ୟକର୍ତ୍ତା ରିଙ୍କୁ ଶର୍ମା ଅନ୍ୟ ସାଥି ମାନଙ୍କ ସହ ମିଶି ପ୍ରତିଦିନ ଏହି ଅଭିଯାନ ଚଳାଇଥିଲେ । କିନ୍ତୁ ସେହି ଅଞ୍ଚଳର କେତେକ ମୁସଲମାନ ଯୁବକ ଏହାର ବିରୋଧ ସହ ଅଭିଯୋନରେ ସମାିଲ ନହେବାକୁ ରିଙ୍କୁଙ୍କୁ ଧମକ ଦେଉଥିଲେ । ପୋଲିସ ପାଖରେ ଅଭିଯୋଗ ପରେ ମଧ୍ୟ ଏହାର ପ୍ରତିକାର ହୋଇନଥିଲା । ଫେବୃୟାରୀ ୧୦ ତାରିଖ ରାତ୍ରିରେ ରିଙ୍କୁ ଶର୍ମା ନିଧି ସଂଗ୍ରହ କରି ଘରକୁ ଫେରୁଥିବା ବେଳେ ସ୍ଥାନୀୟ ମୁସଲମାନ ଜେହାଦୀ ସଙ୍ଗଠିତ ହୋଇ ଘରେ ପଶି ରିଙ୍କୁ ଓ ତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ପ୍ରଥମେ ଘରେ ଥିବା ଗ୍ୟାସ ସିଲିଣ୍ଡରକୁ ବିସ୍ଫୋରିତ କରି ପୁରା ପରିବାରକୁ ମାରିବାକୁ ପ୍ରୟାସ କରିଥିଲେ । ପରେ ରିଙ୍କୁ ପିଠିରେ ଛୁରୀ ଭୂଷି ଦେଇଥିଲେ । ମୂର୍ମୁଷ ଅବସ୍ଥାରେ ରିଙ୍କୁଙ୍କୁ ମେଡିକାଲ ପହଞ୍ଚାଇବା ପରେ ସେଠାରେ ମଧ୍ୟ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରାଗଲା । ସ୍ଥାନୀୟ ପୋଲିସ ଜେହାଦୀଙ୍କ ପ୍ରଭାବରେ ଅପରାଧିମାନଙ୍କୁ ବଞ୍ଚାଇବାର ପ୍ରୟାସ କରି ବିଭିନ୍ନ ମନଗଢା କାହାଣୀ ରଚିଥିଲେ । ଏବଂ ଦିଲ୍ଲୀ ସମେତ ଭାରତର ବିଭିନ୍ନ ସ୍ଥାନରେ ମୁସଲମାନ ଜେହାଦୀ ଦ୍ୱାରା ହିନ୍ଦୁମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଓ ହତ୍ୟା ହେବାର ଚାଲିଛି । ଅଙ୍କି ସକସେନ ବା ଧୃବ ତ୍ୟାଗୀଙ୍କ ହତ୍ୟା ହେଉ ବା ସିଏଏ ଆଳରେ ଅଙ୍କିତ ଶର୍ମା ଓ ଅନେକ ହିନ୍ଦୁମାନଙ୍କୁ ଯୋଜନାବଦ୍ଧ ହତ୍ୟା ହେଉ, ରାହୁଲ ରାଜପୁତ କିମ୍ବା ଘରେ ପଶି ରିଙ୍କୁ ଶର୍ମାଙ୍କ ନିର୍ମମ ହତ୍ୟା ଦର୍ଶାଉଛି ଯେ ସମଗ୍ର ଭାରତରେ ହିନ୍ଦୁ ବିରୋଧି ଷଡଯନ୍ତ୍ରର ଭୟଙ୍କର ରୂପ ।
ନିକିତା ତୋମର, ଚନ୍ଦନ ଗୁପ୍ତା, କମଲେଶ ତିୱାରୀ, ରଚିତ ଜାଠ, ଟୁଙ୍କର ଶର୍ମା, ଅରୁଣ ମାହୋର, ପାଲଘରର ହିନ୍ଦୁ ସନ୍ଥମାନଙ୍କୁ ନିର୍ଦ୍ଦୟ ରୂପେ ହତ୍ୟା, ତାମିଲନାଡୁ ର ଭି. ରାମଲିଙ୍ଗମ, ହାଇଦ୍ରବାଦର ଡା. ପ୍ରିୟଙ୍କା ରେଡ୍ଡୀ, ପଞ୍ଜାବର ବିଧୁ ଜୈନ, କର୍ଣ୍ଣାଟକର ପ୍ରଶାନ୍ତ ତିୱାରୀ, ପଶ୍ଚିମବଙ୍ଗର ବନ୍ଧୁ ଗୋପାଲ ପାଲଙ୍କ ସପରିବାର ହତ୍ୟା ଏପରି ଅନେକ ହତ୍ୟାକାଣ୍ଡ ପଛରେ ରହିଛି ମୁସଲମାନ ଜେହାଦୀ ତଥା ବିଚ୍ଛିନ୍ନବାଦୀ, ଛଦ୍ମନିରପେକ୍ଷବାଦୀ ଓ ଧର୍ମାନ୍ତରଣକାରୀ ମାନଙ୍କ ଷଡଯନ୍ତ୍ର । ଏହା ଅତ୍ୟନ୍ତ ଚିନ୍ତଜନକ ବିଷୟ । ଆଜି ଭଦ୍ରକ ଜିଲା ବଜରଙ୍ଗ ଦଳ ପକ୍ଷରୁ ରିଙ୍କୁ ଶର୍ମାଙ୍କ ହତ୍ୟାକାରୀକୁ ଫାସୀ ଏବଂ ଅନ୍ୟ ମାନଙ୍କୁ ରସୁକା ଲଗାଯିବା, ଫାଷ୍ଟଟ୍ରାକ କୋର୍ଟରେ ବିଚାର ସହ ଏପରି ବିଷୟକୁ ନେଇ ସ୍ୱତନ୍ତ୍ର ବିଚାର ବିଭାଗୀୟ ବ୍ୟବସ୍ଥା ଲାଗୁ କରାଯିବା, ରିଙ୍କୁ ଶର୍ମାଙ୍କ ପରିବାରର ଜଣକୁ ସରକାରୀ ଚାକିରୀ ଏବଂ ପରିବାରକୁ ଏକ କୋଟି ଆର୍ôଥକ ସହାୟତା ରାଶି ଦିଆଯିବା, ରାଜଧାନୀ ଦିଲ୍ଲୀରେ ବାରମ୍ବାର ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ପାଇଁ ଦିଲ୍ଲୀ ପୋଲିସକୁ ଉତ୍ତରଦାୟୀ କରାଯିବା, ଦେଶ ମଧ୍ୟରେ ସରକାରୀ ଜମି ଉପରେ ମୁସଲମାନଙ୍କ ଦ୍ୱାରା ଅବୈଧ ଅତିକ୍ରମଣକୁ ତୁରନ୍ତ ହଟାଯିବା, ମୁସଲମାନ ବହୁତ କ୍ଷେତ୍ରରେ ହିନ୍ଦୁ ଯୁବକ ମାନଙ୍କ ଆତ୍ମରକ୍ଷା ପାଇଁ ବନ୍ଧୁକ ଲାଇସେନ୍ସ ଦିଆଯିବା, ଅବୈଧ ଗୋହତ୍ୟା ଓ ଗୋଚାଲାଣ ବନ୍ଦ କରାଯିବା ପ୍ରମୁଖ ଦାବିମାନ ନେଇ ଏକ ସ୍ମାରକପତ୍ର ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ପ୍ରତିବାଦ ସଭାରେ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ବିିପିନ ବିହାରୀ ପଣ୍ଡାଙ୍କ ନେତୃତ୍ୱରେ ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ମାନସ ମହାନ୍ତି, ଦୁର୍ଗାବାହିନୀର ରାଷ୍ଟ୍ରୀୟ ସଂଯୋଜିକା ପ୍ରଜ୍ଞା ପରମିତା ମାହାଲା, ସନ୍ତୋଷ ବେହେରା, ଚନ୍ଦ୍ରମୋହନ ମହାପାତ୍ର, ଶଶିକାନ୍ତ ସାହୁ, ସରୋଜ କର, କ୍ଷୀତିଶ ରାଉତ, ତପନ ସାହୁ, ପ୍ରମୋଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।








