Home Top News ଆଇପିଏଲ୍ ନିଲାମ ୨୦୨୧: ‘ଶାହାରୁଖ ଖାନ’ ଙ୍କ ହେଲା ନିଲାମ: କିଣିଲା କିଙ୍ଗସ୍ ପଞ୍ଜାବ, ପ୍ରୀତି...

ଆଇପିଏଲ୍ ନିଲାମ ୨୦୨୧: ‘ଶାହାରୁଖ ଖାନ’ ଙ୍କ ହେଲା ନିଲାମ: କିଣିଲା କିଙ୍ଗସ୍ ପଞ୍ଜାବ, ପ୍ରୀତି ଜିଣ୍ଟା ବହୁତ ଖୁସି, ଦେଖନ୍ତୁ ଭିଡ଼ିଓ

160

ଚେନ୍ନାଇ ୧୮-୨ (ଓଡ଼ିଆ ପୁଅ) : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ ସିଜନ ପାଇଁ ଗୁରୁବାର ଚେନ୍ନାଇରେ ଚାଲିଥିବା ପ୍ଲେୟାର ନିଲାମରେ ତାମିଲନାଡୁର ବ୍ୟାଟ୍ସମ୍ୟାନ୍ ଶାହରୁଖ ଖାନଙ୍କୁ କିଙ୍ଗସ୍ ପଞ୍ଜାବ ୫.୨୫ କୋଟି ଟଙ୍କାରେ କିଣିଛି। ଶାହରୁଖ ଖାନଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ଥିଲା ଏବଂ ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ କିଣିବାକୁ ଚେଷ୍ଟା କରୁଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କ ପାଇଁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡର କରିଥିଲା। ଏହିା ପରେ ଦିଲ୍ଲୀ କ୍ୟାପିଟାଲ୍ସ ୨ କୋଟିରେ ପହଞ୍ଚିଗଲା ପରେ ବାଙ୍ଗାଲୋର ୨୦ ଲକ୍ଷ ଟଙ୍କା ବଢ଼ାଇଲା ମାତ୍ରେ କିଙ୍ଗସ ପଞ୍ଜାବ ମଧ୍ୟ ୨.୪୦ କୋଟି ଟଙ୍କାର ଟେଣ୍ଡର କରିଥିଲା। ଏହା ପରେ ବାଙ୍ଗାଲୋର ତିନି କୋଟି ଟଙ୍କାରେ ପହଞ୍ଚିଥିଲା। ଶାହରୁଖଙ୍କ ମୂଲ୍ୟ ବଢ଼ି ଚାଲିଲା ​​ଏବଂ ପଞ୍ଜାବ ତାଙ୍କୁ ଯୋଡିବା ପାଇଁ ଚାରି କୋଟି ଟଙ୍କାରେ ପହଞ୍ଚିଥିଲା। ଏହା ପରେ ପଞ୍ଜାବ କିଙ୍ଗସ୍ ୫.୨୫ କୋଟି ଟଙ୍କାରେ ଶେଷରେ କିଣିଥିଲା। ଏହା ପରେ କିଙ୍ଗ୍ସ ପଞ୍ଜାବର ସହ-ମାଲିକ ପ୍ରୀତି ଜିଣ୍ଟା ବହୁତ ଖୁସି ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.