Home ଜିଲ୍ଲା ପରିକ୍ରମା ଭାରସାମ୍ୟ ହରାଇଲେ ବାଇକ ଆରୋହୀ ,ଜଣେ ମୃତ, ଜଣେ ଆହତ

ଭାରସାମ୍ୟ ହରାଇଲେ ବାଇକ ଆରୋହୀ ,ଜଣେ ମୃତ, ଜଣେ ଆହତ

50

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜେଜେଙ୍କ ଶୁଦ୍ଧିକର୍ମ ପାଇଁ ଖବରଦେବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇଲେ ବାଇକ ଆରୋହୀ । ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଲେ ଅନ୍ୟଜଣେ ଗୁରୁତର ଭାବରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଏକ ଘଟଣାକୁ ନେଇ ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ମିଳିଥିବା ସୂଚନାମୁତାବକ, ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଚକସାର୍ଥା ଗ୍ରାମର ରବିନ୍ଦ୍ର ବର୍ମନଙ୍କ ପୁଅ ସୁଶାନ୍ତ ବର୍ମନ ଓ ସଂପର୍କିୟ ଭାଇ ଲକ୍ଷ୍ମଣ ବର୍ମନ ଶୁଦ୍ଧିକର୍ମ ପାଇଁ ଖବର ଦେବାକୁ ଧାମରା ବାହାରିଥିଲେ । ଜାମୁଝାଡି- ଧାମରା ରାସ୍ତାର କୋଷ୍ଟକେନାଲ ଛକ ଠାରୁ ଅନତି ଦୁରରେ ମୋଟରସାକେଲ ଭାରସାମ୍ୟ ହରାଇଥିଲା । ଫଳରେ ରାସ୍ତା କଡରେ ଥିବା ଲୁହା ପାଣି ପାଇପରେ ବାଡେଇ ହୋଇଯାଇଥିଲେ । ଘଟଣାସ୍ଥଳରେ ସୁଶାନ୍ତଙ୍କର ମୃତ୍ୟୁ ଘଟିଥିବା ସହ ଲକ୍ଷ୍ମଣ ଗୁରୁତର ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.