Home ଜିଲ୍ଲା ପରିକ୍ରମା ଅସୁରକ୍ଷିତ ଅଭିଶପ୍ତ ପୋଲରେ ଚାଲି ଯାଉଛି ଜୀବନ : ବାହାଘର ଭୋଜି ଖାଇ ଫେରୁଥିବା ବେଳେ...

ଅସୁରକ୍ଷିତ ଅଭିଶପ୍ତ ପୋଲରେ ଚାଲି ଯାଉଛି ଜୀବନ : ବାହାଘର ଭୋଜି ଖାଇ ଫେରୁଥିବା ବେଳେ ପୋଲ ତଳକୁ ଖସି ଦୁଇ ଯୁବକ ମୃତ

69

ବାହାନଗା୧୫ା୨(ଭାରତୀ ଦାସ/ ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଜୟଦେବକସବା ଅଧିନ ପାଗ ନଇ ପୋଲ ଅସୁରକ୍ଷିତ ଓ ଅଭିଶପ୍ତ ପାଲଟିଛି । ପୋଲ ଦୁଇ ପାଖରେ ବାଙ୍କ ହୋଇଥିବା ବେଳେ ପୋଲ ପାଖ ରାସ୍ତାରେ ବାଡ଼ା ନଥିବାରୁ କେତେ ଅଜାଣୁଆ ଲୋକଙ୍କର ଜୀବନ ଚାଲି ଯାଉଛି । ଏମତି ଏକ ଘଟଣା ଘଟିଛି ୧୪ ତାରିଖ ଦିନ ରାତି ୧୧ଟା ସମୟରେ । ସୂଚନା ଅନୁସାରେ ଖନ୍ତାପଡ଼ା ଥାନା ଅଧିନ ବେଦୀପୁର ଗ୍ରମର ଗଜେନ୍ଦ୍ର ସଙ୍କ ପୁଅ ସୁବ୍ରତ (୨୮) ଓ ଧରଣୀପୁର ଗ୍ରାମର ଅମରେନ୍ଦ୍ର ମଲ୍ଲିକଙ୍କ ପୁଅମନୋଜ(୨୭)ଏକ ବାହାଘର ଭୋଜି ଖାଇ ଫେରୁ ଥିବା ବେଳେ ପୋଲ ତଳକୁ ଖସି ପଡ଼ିଥିଲେ । ଫଳରେ ତଳେ ପଥର ସହ କଂକ୍ରିଟ ଥିବାରୁ ସେମାନଙ୍କା ମୁଣ୍ଡ ବାଡ଼େଇ ଯିବାରୁ ରକ୍ତ ଶ୍ରାବ ହୋଇ ଥିଲା । ପଛରେ ଆସୁଥିବା କିଛି ବାଟୋଇ ଏହା ଦେଖି ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ସଦର ହସପିଟାଲକୁ ପଠାଇ ଥିବାର ବ୍ୟବସ୍ଥା କରିଥିଲେ । ସେ ଠାରେ ଡାକ୍ତର ଯୁବକ ଦ୍ୱୟଙ୍କୁ ମୃତ ଘେଷଣା କରିଥିଲେ । ପରେ ଚାନ୍ଦିପୁର ଥାନା ପୋଲିସ ଖବର ପାଇ ଡାକ୍ତର ଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇ ଥିଲେ । ମୃତ ସୁବ୍ରତ ବାପା ମାଆର ଗୋଟିଏ ସନ୍ତାନ ହୋଇଥିବାର ଜଣାପଡ଼ିଛି । ଫଳରେ ଯୁବକଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକ ଓ ବିଶାଦର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.