Home ଜିଲ୍ଲା ପରିକ୍ରମା ଯୁବକଙ୍କ ବନ୍ଧୁକ ଦେଖାଇ ଧମକ ଘଟଣା, ପହଞ୍ଚିଲେ ପୋଲିସ ଅଧିକାରୀ ଦୀର୍ଘ ସମୟ ଧରି ଅଟକ

ଯୁବକଙ୍କ ବନ୍ଧୁକ ଦେଖାଇ ଧମକ ଘଟଣା, ପହଞ୍ଚିଲେ ପୋଲିସ ଅଧିକାରୀ ଦୀର୍ଘ ସମୟ ଧରି ଅଟକ

33

ବାହାନଗା,୧୫ା୨(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁ ପଞ୍ଚାୟତ ଗାଞ୍ଜିିଆ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖା ଯାଇଛି । ଜଣେ ଯୁବକ ବନ୍ଧୁକ ଦେଖାଇ ମାରିଦେବାକୁ ଧମକାଇ ଫା‌ଙ୍କା ଗୁଳି ଚାଳନା କରିଥିବାର ଅଭିଯୋଗ ହୋଇଛି । ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଅଟକ ଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଏହି ଗାଞ୍ଜିଆ ଗ୍ରାମର ଗୌତମ ଦାସ ନାମକ ଯୁବକ ବାହାର ରାଜ୍ୟରେ ରହି କାର‌୍ୟ୍ୟ କରନ୍ତି । ଛୁଟିରେ ଘରକୁ ଆସି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୁଳିଗାଁ ସରପଞ୍ଚ ଦନାର୍ଦ୍ଦନ ଦାସଙ୍କ ପରିବାରକୁ ଏକ ବନ୍ଧୁକ ଦେଖାଇ ଡରାଇବା ସହ ଫାଙ୍କା ଗୁଳି ଚାଳନା କରିଥିବାର ଜଣାପଡ଼ିଥିଲା । ଫଳରେ ସରପଞ୍ଚ ଶ୍ରୀ ଦାସ ଫୋନ ଯୋଗେ ଖନ୍ତାପଡ଼ା ଥାନାକୁ ଖବର ଦେଇ ଥିଲେ । ଥାନାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବଥିବା ବେଳେ ସରପଞ୍ଚ ଓ କିଛି ଗ୍ରାମବାସୀ ଯୁବକଙ୍କୁ ଗିରଫ ଦାବୀ କରି ଗାଡ଼ି ଆଗରେ ଧାରଣା ଦେଇଥିଲେ । ଫଳରେ ଖବର ପାଇ ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ , ଖନ୍ତାପଡ଼ା ଥାନା ଏଏସଆଇ ବନିତା ନାୟକ ଘଟଣା ଶେରଗଡ଼ ଫାଣ୍ଡି ଅଧିକାରୀ କ୍ରିଷ୍ଣା ପେଙ୍ଗୁଆ, ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ପ୍ରମୁଖ ପହଞ୍ଚି ଯୁବକକୁ ଥାନାକୁ ଆଣିବା ପରେ ଅବସ୍ଥା ଶାନ୍ତ ହୋଇ ଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.