Home ଜିଲ୍ଲା ପରିକ୍ରମା ମହିୟସୀ ମହିଳା ହିରଣ୍ମୟୀଙ୍କ ପରଲୋକରେ ଶୋକ

ମହିୟସୀ ମହିଳା ହିରଣ୍ମୟୀଙ୍କ ପରଲୋକରେ ଶୋକ

41

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ହସନାବାଦ ପଂଚାୟତର ବିଶିଷ୍ଟ ଶିକ୍ଷାବିତ୍ ଗାନ୍ଧିବାଦୀ ସ୍ୱର୍ଗତଃ ଆନନ୍ଦ ଚନ୍ଦ୍ର ମଲ୍ଲିକଙ୍କ ଧର୍ମପତ୍ନୀ ତଥା ମହିୟସୀ ଧର୍ମପରାୟଣା ମହିଳା ହିରଣ୍ମୟୀ ମଲ୍ଲିକଙ୍କର ଆଜି ଭୋର୍ ୪.୨୦ ରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ଏଠାରେ ସୂଚନାଯୋଗ୍ୟ ହିରଣ୍ମୟୀ ଦେବୀ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କର ବଡବଉ ଅଟନ୍ତି । ତାଙ୍କର ଶରୀର ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଭୁବନେଶ୍ୱରର ସମ୍ ହସ୍‌ପିଟାଲ ଓ ପରେ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଆଜି ଭୋର୍ ସମୟରେ ପରଲୋକ ଘଟିଛି । ସେ ଜଣେ ଆଦର୍ଶ ମହିଳା ଭାବେ ସ୍ଥାନୀୟ ଅଂଚଳରେ ବେଶ୍ ଜନପ୍ରିୟ ଥିଲେ । ତାଙ୍କର ଏଭଳି ମୃତ୍ୟୁରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ବିଧାୟକ ଶ୍ରୀ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଗସ୍ତରେ ଥିବାରୁ ତାଙ୍କ ବଡଭାଇ ତଥା ଜିଲା ବିଜେଡି ସଂପାଦକ ପ୍ରଦୀପ ମଲ୍ଲିକ ଓ ବହୁ ବିଶିଷ୍ଟ ବ୍ୟକ୍ତିମାନେ ହସନାବାଦର ତାଙ୍କ ବାସଭବନରେ ପହଞ୍ôଚ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଶେଷ ଦର୍ଶନ କରିଥିଲେ । ଆଜି ତାଙ୍କର ମର ଶରୀରକୁ ସ୍ଥାନୀୟ ଅଂଚଳରେ ପରିଭ୍ରମଣ କରାଯାଇ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଚାରିଝିଅ ଜୟଶ୍ରୀ, ଶୁଭଶ୍ରୀ, ଯଶଶ୍ରୀ, ଶେଷଶ୍ରୀ, ଜ୍ୱାଇଁ ଇଂ ସୁବାଷ ନାୟକ, ଡାକ୍ତର ସତ୍ୟନାରାୟଣ ନାୟକ, ପ୍ରଦ୍ୟୁମ୍ନ ବଳ, ପୁତ୍ର ଇଂ ଜନରଂଜନ, ପୁତୁରା ପ୍ରାଣରଂଜନ ଓ ସାମ୍ବାଦିକ ପ୍ରମୋଦ ରାୟ, ଦିଅର ଶିକ୍ଷାବିତ୍ ସୁନନ୍ଦ ମଲ୍ଲିକଙ୍କ ସମେତ ବହୁ ଜ୍ଞାତିକୁଟୁମ୍ବ ଓ ପରିବାର ବର୍ଗ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.