ହାଟଡ଼ିହି, ୯ /୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ କୋଭିଡ ସମୟରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଟୀକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବ୍ଲକ ପରିସରରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ ଚନ୍ଦନ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଡିଓ ଜୟଦେବ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ହାଟଡିହି ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ବିଡିଓ ଜୟଦେବ ଦାସ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାଶ, ସୋସୋ ଥାନା ଅଧିକାରୀ ଗଗନ ବିଶ୍ୱାଳ, ନନ୍ଦିପଦା ଥାନା ନନ୍ଦିପଦା ଅଧିକାରୀ ମଦନ ମୋହନ ନାୟକ, ଥାନା ଏସ.ଆଇ ନରେଶ ଚନ୍ଦ୍ର ଦାସ, ଯନ୍ତ୍ରୀ ସୁକାନ୍ତ ନାୟକ, ପିଇଓ ଜିତେନ୍ଦ୍ର ଦାସ, ନରହରି ନାୟକ, ବ୍ଲକ କର୍ମଚାରୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ସମସ୍ତ ଥାନାର କର୍ମଚାରୀମାନେ କୋଭିଡ ଟୀକା ନେଇଛନ୍ତି । ଆଜିସୁଧା ୧୭୭ଜଣ କରୋନା ଟୀକା ନେଇଥିବାବେଳେ ଆସନ୍ତାକାଲି ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାଯାଇଛି ।








