Home ଜିଲ୍ଲା ପରିକ୍ରମା ନ୍ୟାୟ ନପାଇ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ

ନ୍ୟାୟ ନପାଇ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ

38

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନ୍ୟାୟ ପାଇବା ପାଇଁ ଥାନାକୁ ଦୌଡି ଦୌଡି ନୟାନ୍ତ ହେଲେଣି ମା’ ଓ ପୁଅ । ଏମିତିକି ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ôଚ ତାଙ୍କ ପାଖରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନି । ଏଣୁ ଶେଷରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ମା’ ଓ ପୁଅ କିରୋସିନି ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରି ପୁଲିସ୍ ସୁରକ୍ଷା କର୍ମୀଙ୍କ ଦ୍ୱାରା ଉଦ୍ଧାର ହେବା ପରେ ଗ୍ରାମାଞ୍ଚଳ ଥାନା ପକ୍ଷରୁ କୋର୍ଟ ଚାଲାଣ ହୋଇଛନ୍ତି । ଘଟଣାର ପ୍ରେକ୍ଷାପଟ ଏହିଭଳି । ମା’ ଓ ପୁଅ ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ଅଂଚଳର ପଂଚାନନ ପାତ୍ର ଓ ଜ୍ୟୋସ୍ନାରାଣୀ ପାତ୍ର । ଜମିବାଡି ବିବାଦକୁ ନେଇ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଜମି ଜବରଦଖଲ ହୋଇଥିବା ନେଇ ପୁଲିସ୍‌, ତହସିଲଦାର ଓ ଜିଲାପାଳଙ୍କ ନିକଟରେ ବହୁଥର ଅଭିଯୋଗ କରିଥିଲେ । ଏପରିକି ମାନ୍ୟବର ଅଦାଲତଙ୍କ ଆଶ୍ରୟ ନେଇ ଡିଗ୍ରୀ ମଧ୍ୟ ପାଇଥିଲେ । ଏହାପରେ ମଧ୍ୟ ଜବରଦଖଲକାରୀମାନେ ଅଦାଲତଙ୍କ ନିୟମକୁ ମାନିନଥିଲେ । ଏଥିନେଇ ଉଭୟ ମା’ ଓ ପୁଅ ପୁଣି ଗ୍ରାମାଞ୍ଚଳ ଥାନାର ଆଶ୍ରୟ ନେବା ସହ ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ । ମାତ୍ର ତାଙ୍କର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ପରେ ମଧ୍ୟ ଜବରଦଖଲକାରୀ ପୁଲିସ୍‌ର କୌଣସି ନିର୍ଦ୍ଦେଶକୁ ଭ୍ରୁକ୍ଷେପ କରିନଥିଲେ । ଶେଷରେ ମା’ ଓ ପୁଅ ଆଜି ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ଭେଟିବା ସହ କୌଣସି ସଠିକ୍ ଉତ୍ତର ନପାଇବାରୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନି ଢାଳି ଆତ୍ମାହୂତି ଉଦ୍ୟମବେଳେ ପୁଲିସ୍ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ତେବେ ଏଥିନେଇ କୌଣସି ପ୍ରତିକ୍ରିୟା ପୁଲିସ୍ ଦେଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.