Home ଜିଲ୍ଲା ପରିକ୍ରମା ଡାକ କର୍ମଚାରୀ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ

ଡାକ କର୍ମଚାରୀ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ

18

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ସଂଗଠନ, ଭାରତୀୟ ଡାକ କର୍ମଚାରୀ ସଂଘର ମିଳିତ ସମ୍ମିଳନୀ ଭଦ୍ରକ ମୁଖ୍ୟ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଭାରତୀୟ ଡାକ କର୍ମଚାରୀ ସଂଘର ରାଜ୍ୟ ସଭାପତି ରବୀନ୍ଦ୍ରନାଥ ମହାକୁଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦେଶ ତଥା ରାଜ୍ୟର ବହୁ ଶ୍ରମିକନେତା ଯୋଗ ଦେଇଥିଲେ । ସଭାର ପ୍ରାରମ୍ଭରେ ଡାକକର୍ମଚାରୀ ପୂର୍ଣ୍ଣଚନ୍ଦ୍ର ପତିଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ମୁକ୍ତିକାନ୍ତ ସାହୁ ଆବାହନୀ ସଂଗୀତ ଗାନ କରିଥିଲେ । ଜିଲ୍ଲା ସଭାପତି ମନୋଜ କୁମାର ବସନ୍ତରାୟ ସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଭଦ୍ରକ ଡାକ ମଣ୍ଡଳର ସୁପରିନ୍‌ଟେଣ୍ଡେଣ୍ଟ ବିଜୟ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ କର୍ମଚାରୀମାନଙ୍କ ସମସ୍ୟାର ସମାଧାନରେ ସହଯୋଗର ପ୍ରତିଶୃତି ଦେଇଥିଲେ । ଗ୍ରାମୀଣ ଡାକ କର୍ମଚାରୀ ସଂଘର କେନ୍ଦ୍ରୀୟ ସମ୍ପାଦକ ସୁଗନ୍ଧି କୁମାର ମିଶ୍ର ମୁଖ୍ୟବକ୍ତା, ତୃତୀୟ ଶ୍ରେଣୀ ସଂଘର ରାଜ୍ୟ ସମ୍ପାଦକ ରାଜକିଶୋର ମହାପାତ୍ର ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଗ୍ରାମୀଣ ଡାକ ସେବକମାନଙ୍କ ବିଭିନ୍ନ ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ । ତୃତୀୟ ଶ୍ରେଣୀ ସଂଘ ଭଦ୍ରକର ସମ୍ପାଦକ ଶୋଭନ କୁମାର ମହାନ୍ତି, ପୋଷ୍ଟମ୍ୟାନ ସଂଘର ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପଣ୍ଡା, ଗ୍ରାମୀଣ ଡାକ କର୍ମଚାରୀ ସଂଘର ସମ୍ପାଦକ ଦେବାଶିଷ ଦାସ ସେମାନଙ୍କର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । କର୍ମଚାରୀମାନଙ୍କ ମୁଖ୍ୟଦାବୀ ଗ୍ରାମୀଣ ଡାକ କର୍ମଚାରୀଙ୍କୁ ବିଭାଗୀୟ କରିବା ଓ ବକେୟା ମହଙ୍ଗା ଭତ୍ତା ପ୍ରଦାନ କରିବା ବିଷୟରେ ସରକାର ବିଚାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଆଗାମୀ ଦୁଇବର୍ଷ ପାଇଁ ନେତା ନିର୍ବାଚନରେ ତୃତୀୟ ଶ୍ରେଣୀ ସଂଘରେ ଧୀରେନ୍ଦ୍ର କୁମାର ଜେନା, ଶୋଭନ କୁମାର ମହାନ୍ତି, ବିଭୁଦତ୍ତ ଦଳେଇ ଯାଥା କ୍ରମେ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ପୋଷ୍ଟମ୍ୟାନ ସଂଘର ଶିବ କୁମାର ଦାସ, ସିଦ୍ଧାର୍ଥ ଶଙ୍କର ପଣ୍ଡା, ଶଶୀଭୂଷଣ ଗିରି ଓ ଗ୍ରାମୀଣ ଡାକ ସଂଘର ଗୋବିନ୍ଦ ଚନ୍ଦ୍ର ମିଶ୍ର, ଦେବାଶିଷ ଦାସ, ମୀର ସବିର ଅଲୀ ଯଥାକ୍ରମେ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଶେଷରେ ତୃତୀୟ ଶ୍ରେଣୀ ସଂଘର ସହସମ୍ପାଦକ ପ୍ରିୟବ୍ରତ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.