Home ଜିଲ୍ଲା ପରିକ୍ରମା ନମସ୍କାର ସ୍ୱେଚ୍ଛାସେବୀ ସଙ୍ଗଠନର ଶୁଭ ଉଦଘାଟନ ଉତ୍ସବ, କର ନମସ୍କାର ଆଣ ସଂସ୍କାର ସଙ୍ଗଠନର ମୂଳ...

ନମସ୍କାର ସ୍ୱେଚ୍ଛାସେବୀ ସଙ୍ଗଠନର ଶୁଭ ଉଦଘାଟନ ଉତ୍ସବ, କର ନମସ୍କାର ଆଣ ସଂସ୍କାର ସଙ୍ଗଠନର ମୂଳ ଲକ୍ଷ୍ୟ ହେଉ

23

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂସ୍କୃତି ଭବନ ପରିସରରେ ସାମାଜିକ ସଙ୍ଗଠନ ନମସ୍କାର ଭଦ୍ରକ ଶାଖାର ଶୁଭ ଉଦଘାଟନ ଉତ୍ସବ ପାଳିତ ହୋଇଯାଇଛି । ଏହାକୁ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲକ ବିହାରୀ ବେହେରା ପ୍ରଦିପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତ୍ୟାଗଭୂମି ସମ୍ମିଳନୀର ସଭାପତି ଅଜୟ ନାୟକ ଯୋଗଦେଇ କହିଲେ, ଜିଲ୍ଲାରେ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ମଧ୍ୟରେ ନମସ୍କାର ଭିନ୍ନ । ନମସ୍କାର ଅନୁଷ୍ଠାନର ନାମକରଣକୁ ଯଥାର୍ଥତା ପ୍ରତିପାଦନ କରିବା ନେଇ କାର୍ଯ୍ୟକ୍ରମ ଜାରୀ ରଖିବାକୁ ସେ ଆହ୍ୱାନ ଦେଇଥିଲେ । ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସଦସ୍ୟମାନେ ସଠିକ ଉପାୟରେ କାର୍ଯ୍ୟକଲେ ବ୍ୟକ୍ତିର ଉନ୍ନତି ହେବା ସହିତ ସମାଜର ଉନ୍ନତି ହୋଇପାରିବ । ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଗାଳ୍ପିକ, ଅଧ୍ୟାପକ ପବିତ୍ର ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ନମସ୍କାର ଅନୁଷ୍ଠାନର ଲକ୍ଷ୍ୟ ସଠିକ ଦିଗରେ କାର୍ଯ୍ୟକାରୀ ହେଲେ ଏହା ଏ ଅଞ୍ଚଳର ଗୌରବ ବୃଦ୍ଧି କରିବାରେ ସହାୟକ ହେବ । ସଙ୍ଗଠନର ସଭାପତି ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକଙ୍କ ସଭା ପରିଚାଳନାରେ ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସ, ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଓଲଙ୍ଗ ସରପଞ୍ଚ ଦେବୀଦତ୍ତା ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ବରିଷ୍ଠ ନାଗରିକ ପୂର୍ବତନ ସରପଞ୍ଚ ଅର୍ଜୁନ ଚରଣ ମହାନ୍ତିଙ୍କ ସମେତ ବ୍ଲକ ସଂଯୋଜକ ଭାସ୍କର ଚନ୍ଦ୍ର ପାଢୀ, ଅକ୍ଷୟ କୁମାର ମହାନ୍ତି, ଶୁଭେନ୍ଦୁ ଲେଙ୍କା, ପ୍ରଦିପ କୁମାର ମହାନ୍ତି ପ୍ରମୁଖଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ନୃତ୍ୟ ଓ ସଙ୍ଗୀତ ଶିଳ୍ପୀ କ୍ଷୀରାବ୍ଦୀ ତନୟା ପଣ୍ଡା, ବନ୍ଦନା ଜେନା, ସାଇକ୍ରିଷ୍ଣା ପଣ୍ଡା, ନିର୍ମିତ ନାୟକ, କ୍ରୀଷ୍ଣା ପରିଡ଼ାଙ୍କୁ ପୁରସ୍କୃତ କରାଯାଇଥିଲା । ସାମ୍ବାଦିକ ହେମନ୍ତ ସିଂହଙ୍କ ମଞ୍ଚ ସଞ୍ଚାଳନରେ ସମ୍ପାଦକ ବିଶ୍ୱରଞ୍ଜନ ପଣ୍ଡା ଆଭିମୁଖ୍ୟ, ନାଟ୍ୟ ନିର୍ଦ୍ଦେଶକ ଅଶୋକ ମହାନ୍ତି ମାନପତ୍ର ପାଠ ଓ ସାମ୍ବାଦିକ ନରେନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ନମସ୍କାର ପରିବାରର ଧନୁର୍ଜୟ ସେଠୀ, ଅଜୟ ମହାପାତ୍ର, ସରୋଜ ସିଂହ, ଅମୀୟ ମହାପାତ୍ର, ଶଶୀକାନ୍ତ ଜେନା, ଇଶ୍ୱର ପାଣିଗ୍ରାହୀ, ଅବନୀ ପାତ୍ର, ରମେଶ ଦାସ, ରାଜୀବ ବାରିକ, ନରେନ୍ଦ୍ର ପରିଡ଼ା, ସୁଧୀର ମହାପାତ୍ର, ବିଜୟ ବହଳି, ପ୍ରଫୁଲ୍ଲ ଦାସ, ଘନଶ୍ୟାମା ବେହେରା, ବସୁମତୀ ସାହୁ,ଦିପ୍ତୀମୟୀ ମଣ୍ଡଳ, ଅନୀମା ପଣ୍ଡା, ମିନତୀ ବାରିକ, ଏଲୋରା ମହାପାତ୍ର ଓ ସୁମିତ୍ରା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.