କୋରାପୁଟ ୨୫-୦୧(ଓଡିଆ ପୁଅ /ରଂଜନ ଦାସ)କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି କୋଡିଙ୍ଗାମାଳି ସୁରକ୍ଷା ମଂଚ ନାମରେଏକ ବେଆଇନ ସଙ୍ଗଠନ କରି ସ୍ୱାର୍ଥ ହାସଲ କରିବାରେ ବ୍ୟର୍ଥ ହେବା ପରେ ସମ୍ପୃକ୍ତ ପରିବହନ କମ୍ପାନୀକୁ ବିରୋଧ କରୁଥିବା ଅଭିଯୋଗ ହୋଇଛି । କୋଡିଙ୍ଗାମାଳି ଖଣି ଖନନ ଓ ପରିବହନ ପ୍ରଭାବୀତ ଗ୍ରାମାଂଚଳର ହଜାର ହଜର ସମର୍ଥକ କୋରାପୁଟରେ ଏକ ବିରାଟ ଶୋଭାଯାତ୍ରା କରି ବେଆଇନ ଭାବେ ଗଢା ଯାଇଥିବା କୋଡିଙ୍ଗାମାଳି ସୁରକ୍ଷା ମଂଚକୁ ବିରୋଧକରିଛନ୍ତି । ହାତ ଗଣତି କିଛି ଲୋକ ଖଣି ଖନନ ଓ ପରିବହନ କମ୍ପାନୀକୁ ବିରୁଦ୍ଧ କରି ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରୁଥିବା ମଧ୍ୟ ଅଭିଯୋଗ ହୋଇଛି । କୋଡିଙ୍ଗାମାଳି ଖଣିରୁ ମୈତ୍ରୀ ଇନଫ୍ରା ନାମକ ଏକ କମ୍ପାନୀ ମାଲ ପରିବହନ କରୁଛି । ସ୍ଥାନୀୟ ଅଂଚଳର ଶହଶହ ଲୋକଙ୍କୁ ନିଯୁକ୍ତି ଦେଇଥିବାବେଳେ ଅନ୍ୟ ମାନଙ୍କୁ ପରିବାର ଭରଣ ପୋଷଣ ନିମନ୍ତେ ମାସିକ ଭତା ପ୍ରଦାନ କରୁଛି । ଭତା ହିତିଧିକାରୀ ଚୟନ ବେଳେ ପ୍ରକୃତ ପ୍ରଭାବୀତଙ୍କୁ ଚିହ୍ନଟ କରା ଯାଇଛି । ବାହାରର କେତେକ ଲୋକ ମୈତ୍ରୀ ଇନଫ୍ରାକୁ ଧମକ ଚମକ ଦେଇ ଭତା ନାଁରେ ବଟି ମାଗିଥିଲେ ବୋଲି ଅଭିଯୋଗ କରାଯିବା ସହା ସେମାନଙ୍କୁ କୌଣସି ଭତା ନେ ଦେବାରୁ କହିବାରୁ ସେମାନେ କୋଡିଙ୍ଗାମାଳି ସୁରକ୍ଷା ମଂଚ ନାଁରେ ଏକ ସଙ୍ଗଠନ ଗଢି ଲୋକଙ୍କୁ ଭୟଭୀତ କରାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି ସେମାନଙ୍କୁ ଭତା ଦିଆ ନ ଯାଏ ତାହେଲେ ସମସ୍ତଙ୍କ ଭତା ବନ୍ଦ କରା ଯିବାକୁ କୋଡିଙ୍ଗାମାଳି ସୁରକ୍ଷା ମଂଚ ଦାବି କରିଛି । ସ୍ଥାନୀୟ ଲୋକେ ଏହାକୁ ବିରୋଦ୍ଧ କରି ମୈତ୍ରୀ ଇନଫ୍ରାକୁ ଚାନ୍ଦା ମାଗିଥିବା ଗ୍ରାମବାସୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରା ଯାଇଛି । ଜିଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ ଜଗଜୀବନ ଚୌଧରୀ ଦାବିପତ୍ର ଗ୍ରହଣ କରିଥିଲେ । ଅନେକ ବ୍ୟକ୍ତି ବିଶେଷ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।ଯଦି ଜିଲ୍ଲା ପ୍ରଶାସନ କାର୍ଯ୍ୟାଜନୁଷ୍ଟାନ ଗ୍ରହନ ନ କରନ୍ତି ତେବେ ୨୪ ଖଣ୍ଡ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ବାସିନ୍ଦା ସରୋଜ କୁମାର ମହାନନ୍ଦିଆ ଚେତାବନୀ ଦେଇଛନ୍ତି ।ଏହି ଶୋଭାଯାତ୍ରାରେ ଶରତ ମାଝି , ସୁକାନ୍ତ ବିଷୋୟୀ ,ରାଧାକାନ୍ତ ଚୈାଧୁରୀ , ଗୁପ୍ତେଶ୍ୱର ସାହୁ ,ନରେନ୍ଦ୍ର ମାଝି ,ପ୍ରତାପ କୁମାର ସାହୁ ,ସିମାଞଳ ସାହୁ , ଆର.ଏନ.ସାହୁ ପ୍ରମୁଖଙ୍କ ସହ ହଜାର ହଜାର ବ୍ୟକ୍ତି କୁକୁଡାଫାର୍ମଠାରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।