Home କୋରାପୁଟ  ଜିଲ୍ଲାସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ

 ଜିଲ୍ଲାସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ

23

କୋରାପୁଟ ୨୫-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସଂସ୍କୃତିଭବନ ପରିସରରେ ଜିଲ୍ଲାସ୍ତରୀୟ ଭୋଟର ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ବିବେକାନୁବାଦୀ ଭୋଟର ହୋଇ ଗଣତନ୍ତ୍ରକୁ ସୁଦୃଢ କରିବାକୁ ସେ ଉପସ୍ଥିତ ନୂତନ ଭୋଟରମାନଙ୍କୁ ଆହ୍ୱାନ ଦେଇଥିଲେ ।ଜିଲ୍ଲାରେ ଇ-ଭୋଟର କାର୍ଡର ସେ ଶୁଭାରମ୍ଭ କରିଥିଲେ ।ଭୋଟରମାନେ ସଚେତନତା ହେବାରୁ ମତଦାନ ହାର ବୃଦ୍ଧିପାଉଥିବା ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ମତବ୍ୟକ୍ତ କରିଥିଲେ ।ଜିଲ୍ଲାର ପ୍ରତି ବ୍ଲକରେ ଇ-ଭୋଟର କାର୍ଡ ସେଲ ପ୍ରତିଷ୍ଠା କରାଯାଇଥିବା ସେ ସୂଚନା ଦେବା ସହ ଭୋଟରମାନେ ସେହି ସେଲରେ ଇ-ଭୋଟର କାର୍ଡ ନିମନ୍ତେ ଆବେଦନ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ଯୋଗଦେଇ ଭୋଟରମାନଙ୍କ ଦାୟିତ୍ୱ ସଂପର୍କରେ ଆଲୋକପାତ କରିଥିଲେ ।ଜୟପୁର ଉପଖଣ୍ଡରେ ମହିଳା ଭୋଟରମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ ସୂଚନା ଦେଇଛନ୍ତି ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜେନ୍ଦ୍ର ଖରା ,କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ , ଜିଲ୍ଲା ନିର୍ବାଚନ ଅଧିକାରୀ ଅର୍ଚ୍ଚନା ଦାସ ,କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସୁଜିତ ମିଶ୍ର ,ବେସାମରିକ ପ୍ରତିରକ୍ଷା ବାହିନିର ଉପନିୟନ୍ତ୍ରକ ରାମନାଥ ମିଶ୍ର  ,ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।ଜିଲ୍ଲାର ୨ ଜଣ ଉପଜିଲ୍ଲାପାଳଙ୍କୁ  ଜିଲ୍ଲାପାଳ ଶ୍ରୀମିଶ୍ରଙ୍କ ଦ୍ୱାରା ସମ୍ମାନ୍ନିତ କରାଯାଇଥିଲା ।ଜିଲ୍ଲାର ଶ୍ରେଷ୍ଠ ବିଏଲଓଜ୍ଞୁ ପୁରସ୍କୃତ କରାଯାଇଥିଲା ।କୋରାପୁଟ ମ୍ୟୁନସିପାଲଟିର ସିମାଞଳ ପଢିହାରୀ ଓ ସୁନାବେଡା ମ୍ୟୁନସିପାଲଟିର ଚିତ ରଂଜନ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା ।କୋରାପୁଟ ମ୍ୟୁନସିପାଲଟିର ନୂତନ ଭୋଟରମାନଙ୍କୁ ଭୋଟ ପରିଚୟ ପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।ଅଧ୍ୟାପକ ରବି ଶତପଥି ଓ କିଶୋର ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.