Home କେନ୍ଦୁଝର ଆଡହୁରିଆରେ ମହିଳାଙ୍କ ଦ୍ୱାରା ରାସ୍ତା ସଫେଇ

ଆଡହୁରିଆରେ ମହିଳାଙ୍କ ଦ୍ୱାରା ରାସ୍ତା ସଫେଇ

20

ହାଟଡିହି, ୨୫ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ଆଡହୁରିଆ ଗ୍ରାମରେ ମହିଳା ମାନଙ୍କ ଦ୍ୱାରା ରାସ୍ତା ସଫେଇ କରାଯାଇଛି । ଗାଁରେ ଜଳ ନିସ୍କାସନ ପାଇଁ ଡ୍ରେନେଜର ବ୍ୟବସ୍ଥା ନଥିବାବେଳେ ବିଭିନ୍ନ ନଳକୂପ ଓ ବର୍ଷାପାଣି ରାସ୍ତା ଉପରେ ଯାଇ ରାସ୍ତାକୁ ଅପରିସ୍କାର କରିପକାଉଛି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଉକ୍ତ ପଞ୍ଚାୟତର ସରପଞ୍ଚ ଓ ହାଟଡିହି ବ୍ଲକର ବିଡିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ଅନେକ ସମୟରେ ରାସ୍ତା ଉପରେ ପାଣିଜମି ରହି ପରିବେଶ ଦୁଷିତ କରୁଛି । ଏହାକୁ ଦୃଷ୍ଟିରେ ରଖି ଆଜି ଗ୍ରାମର କିଛି ମହିଳା ଏକଜୁଟ ହୋଇ ପାଣିଜମୁଥିବା ସ୍ଥାନ ଗୁଡିକରେ ମଇଳା ଆବର୍ଜନାକୁ ସଫାକରି ପରିସ୍କାର କରିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା କରିବାକୁ ଗାଁର ମହିଳାମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.