Home Top News ସେରମ୍ ଇନଷ୍ଟିଚ୍ୟୁଟ୍ ଅଗ୍ନିକାଣ୍ଡ: ନିଆଁ ଲଗାଯାଇଥିଲା କି ଦୁର୍ଘଟଣାଜନିତ ଥିଲା, ଯାହା ତଦନ୍ତ ପରେ ଜଣା...

ସେରମ୍ ଇନଷ୍ଟିଚ୍ୟୁଟ୍ ଅଗ୍ନିକାଣ୍ଡ: ନିଆଁ ଲଗାଯାଇଥିଲା କି ଦୁର୍ଘଟଣାଜନିତ ଥିଲା, ଯାହା ତଦନ୍ତ ପରେ ଜଣା ପଡ଼ିବ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

85

ମୁମ୍ବାଇ ୨୨-୧ (ଓଡ଼ିଆ ପୁଅ) ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିସରରେ ଅଗ୍ନିକାଣ୍ଡ ଘଟିବା ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ତଦନ୍ତ ଶେଷ ହେବା ପରେ ହିଁ ଜଣା ପଡିବ ଅଗ୍ନିକାଣ୍ଡ ଏକ ଦୁର୍ଘଟଣା ଥିଲା କି ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିଲା।

ସୂଚନାଯୋଗ୍ୟଯେ, ଗୁରୁବାର ଦିନ ଅନୁଷ୍ଠାନର ମଞ୍ଜରୀ କ୍ୟାମ୍ପସରେ ନିର୍ମାଣାଧୀନ ପାଞ୍ଚ ମହଲା କୋଠାରେ ଅଗ୍ନିକାଣ୍ଡରେ ୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଠାକରେ ଗଣମାଧ୍ୟମକୁ କହିଛନ୍ତି ଯେ ତଦନ୍ତ ଶେଷ ହେଉ। ବର୍ତ୍ତମାନ କିଛି କହିବା ଠିକ୍ ନୁହେଁ। ତଦନ୍ତ ସରିବା ପରେ ଆମେ ଜାଣିବା ଏହା ଏକ ଦୁର୍ଘଟଣା ଥିଲା କି ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିଲା। ”

ଇନଷ୍ଟିଚ୍ୟୁଟ୍ ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି ଯେ ଏହି ଅଗ୍ନି କୋଭିଶିଲ୍ଡ ଟିକା ଉତ୍ପାଦନ ଉପରେ ପ୍ରଭାବ ପକାଇ ନାହିଁ ବରଂ ରୋଟାଭାଇରସ୍ ଏବଂ ବିସିଜି (ଟିବି) ଟିକା ଉତ୍ପାଦନ ୟୁନିଟ୍ କୁ କ୍ଷତି ପହଞ୍ଚାଇଛି। ସେ କହିଛନ୍ତି, ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୧୦୦୦ କୋଟି ଟଙ୍କା ଆର୍ଥିକ କ୍ଷତି ହୋଇଛି।

ଉଲ୍ଲେଖନୀୟ ବିଷୟ ହେଉଛି, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମଞ୍ଜରୀ କ୍ୟାମ୍ପସରେ କୋଭିଡ୍ -୧୯ ଟିକା କୋଭସିଲ୍ଡ ପ୍ରସ୍ତୁତ କରାଯାଉଛି। ଏହି ଟିକା ଭାରତ ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ବ୍ୟବହୃତ ହେଉଛି। କୋଭିଶିଲ୍ଡ ଉତ୍ପାଦନ ୟୁନିଟ୍ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.