Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଶିକ୍ଷା ଉଦ୍‌ଯାପିତ

ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଶିକ୍ଷା ଉଦ୍‌ଯାପିତ

27

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର ଅନ୍ତେବାସୀମାନଙ୍କୁ ଇକୋ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଶିକ୍ଷା ଓ ତାଲିମ୍‌ର ସମାପନ ସମାରୋହ ଓ ପ୍ରମାଣପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୬ ଦିନ ବ୍ୟାପୀ ଏହି ପ୍ରଶିକ୍ଷଣ ଶିବିରରେ ସଂସ୍ଥାର ନିର୍ଦ୍ଦେଶିକା ପ୍ରଭାତ ମଂଜରୀ ସାହୁ ୧୩ ଜଣ ପୁରୁଷ ଓ ୩ ଜଣ ମହିଳା ଅନ୍ତେବାସୀଙ୍କୁ ପ୍ରଶିକ୍ଷିତ କରିଥିଲେ । ସେମାନଙ୍କ ବନ୍ଦୀ ସମୟ ଓ ବନ୍ଦୀ ପରର ସାଧାରଣ ଜୀବନ ଯାପନରେ ଆତ୍ମ ନିୟୋଜନ ପାଇଁ ଫିନାଇଲ୍‌, ମହମବତି, କାଗଜ ବ୍ୟାଗ୍ ନିର୍ମାଣ ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଆଜି ଏହି ନିରାଡମ୍ବର ଉଦ୍‌ଯାପନୀ ଉତ୍ସବରେ ଭଦ୍ରକର ବରିଷ୍ଠ ଅଧିବକ୍ତା ଗଦାଧର ବଳ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷିତ ବନ୍ଦୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ସେମାନଙ୍କୁ ସାମାଜିକ ଜୀବନର ଆତ୍ମ ନିୟୋଜନରେ ସାଧୁତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ କାରା ଅଧୀକ୍ଷକ କୁଅଁର ମାରାଣ୍ଡି ଅଧ୍ୟକ୍ଷତା କରିଥିବାବେଳେ ଉପକାରାପାଳ ସନାତନ ନାୟକ, କାରାରକ୍ଷୀ ଅଭୟ ପଟ୍ଟନାୟକ, ସୁନାରାମ ମହାନ୍ତ, ପ୍ରଦୀପ କୁମାର ରାମ୍‌, ମହିଳା କାରାରକ୍ଷୀ ମମତା ଦେହୁରୀ, ଶ୍ୟାମସୁନ୍ଦର ହାଁସଦା ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ । ସୋମନାଥ ସ୍ୱାଇଁ, ସଂଜୟ ମଳିକ, ସୁମନ୍ତ ଦାସ, ବାଇଧର ମଳିକ, ମୁନା ସୁରି, ପିତାମ୍ବର ଗିରି, ପ୍ରଦୀପ ମଳିକ, ନୁସୁରି ମୁଣ୍ଡା, ସାହିନ୍ ବିବି ପ୍ରମୁଖ ମଂଚ ପରିଚାଳନା କରିଥିବାବେଳେ ଅଧିବକ୍ତା ଗଦାଧର ବଳ ପ୍ରଶିକ୍ଷିତମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.