Home ଜିଲ୍ଲା ପରିକ୍ରମା ଯାତ୍ରୀବାହୀ ବସରୁ ଜବତ ହେଲା ଗଞ୍ଜେଇ, ଦୁଇ ଗିରଫ

ଯାତ୍ରୀବାହୀ ବସରୁ ଜବତ ହେଲା ଗଞ୍ଜେଇ, ଦୁଇ ଗିରଫ

42

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ ନଂ ଜାତୀୟ ରାଜପଥର ବାରିକପୁର ଛକ ନିକଟରେ ଗୁରୁବାର ଏକ ବାରିପଦା ଅଭିମୁଖି ଯାତ୍ରୀବାହୀ ବସରୁ ଦଶ କିଲୋ ଗଞ୍ଜେଇ ଜବତ କରାଯାଇଛି । ଭଦ୍ରକ ଓ ଧାମନଗର ଅବକାରୀ ବିଭାଗର ମିଳିତ ଟିମ ଏଥିନେଇ ଚଢାଉ କରିଥିଲା । ଭୁବନେଶ୍ୱରରୁ ପେଷାଦାର ଚୋରା ବେପାରୀମାନେ ଗଞ୍ଜେଇ ନେଇ ବସରେ ଆସୁଥିବା ଖବର ପାଇ ଅବକାରୀ ଇନିସପେକ୍ଟର କ୍ଷୀତିଶ ଦାସ, ସବଇନିସପେକ୍ଟର ଜଗନ୍ନାଥ ମିଶ୍ର, ଏଏସଆଇ ଭବେଶ ଦାସ ମିଳିତ ଭାବେ ବସକୁ ଅଟକାଇଥିଲେ । ଅଭିଯୁକ୍ତମାନେ ବସରୁ ଓହ୍ଲାଇ ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ଟିମ କାବୁ କରିନେଇଥିଲେ । ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲାର ଆକାଶ ପାତ୍ର ଓ ନିଲି ବିଶ୍ୱାସ ବୋଲି ଜଣାଯାଇଛି । ଚୋରା ଗଞ୍ଜେଇର ପରିମାଣ ଦଶକିଲୋ ହେବ ବୋଳି ଅବକାରୀ ବିଭାଗ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.