ବଲାଙ୍ଗୀର ୨୩-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ)ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସହର ର ସର୍ଗିଗୁଡା ରେ ଜଣେ ମହିଳା ଙ୍କୁ ହତ୍ୟା କରି କୂଅ ରେ ପକେଦେବା ପରି ଗୁରୁତର ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଟିଟିଲାଗଡ ସହର ରେ ଆକାଶ ଫେନ୍ସି ନାମକ ଏକ ଫେନ୍ସି ଦୋକାନ ମାଲିକ ଆନନ୍ଦ ଅଗ୍ରୱାଲ ଙ୍କ ସର୍ଗିଗୁଡା ସ୍ଥିତ ବାସଭବନ ରେ ଗତ ମଙ୍ଗଳବାର ରାତି ୯ ଟା ୩୦ ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଆସିଥିଲେ। କିଛି ସମୟ ପରେ ତାଙ୍କ ସ୍ତ୍ରୀ ସୁମିତ୍ରା ଅଗ୍ରୱାଲ (ବ-୫୦) ଙ୍କୁ ଖୋଜି ନ ପାଇ ପରେ ତାଙ୍କ କୁଅଁ ରେ ପଡିଥିବା ଦେଖିବାକୁ ପାଇଥିଲେ ବୋଲି ଆମ ନିକଟରେ ପ୍ରକାଶ କରିଛନ୍ତି। ଟିଟିଲାଗଡ ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ ଶତପଥୀ ନିଜେ ପହଁଚି ଟିଟିଲାଗଡ ଥାନା ଏସ ଆଇ ସାବିତ୍ରୀ ହିକା ଓ ଏକ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ମହିଳା ଙ୍କୁ କିଏ ହତ୍ୟା କରି କୁଅଁ ରେ ଫିଙ୍ଗି ଦେଇଥିବା ତାଙ୍କ ସ୍ବାମୀ ଆନନ୍ଦ ଅଗ୍ରୱାଲ ପ୍ରକାଶ କରିଥିବା ବେଳେ କିଏ ଓ କାହିଁକି ଏପରି କଲା ବୋଲି ପ୍ରଶ୍ନ କରିବାରୁ ସେ ଘରୁ କେହି ଚୋରି କରି ମାରି କୂଅ ରେ ପକେଇ ଦେଇଥିବା ସନ୍ଦେହ କରୁଛି କହିଥିଲେ। ହେଲେ ଘରୁ କିଛି ଚୋରି ହୋଇଛି କି ବୋଲି ପ୍ରଶ୍ନ କରାଯିବା ରୁ ତାହା ଘରେ ଦେଖି ପରେ କହିବି ବୋଲି କହିଛନ୍ତି। ତେବେ ଏ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସବ କୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ଓ ଏ ଅଧିକ ତଦନ୍ତ ପରେ ଜଣେଇବି ବୋଲି ସୂଚନା ଦେଇଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ନା ନା ପ୍ରକାର ଆଲୋଚନା ହେଉଛି।