Home Top News ହାଢ ଭଙ୍ଗା ଶୀତର ପ୍ରଭାବ : ଜୀଅନ୍ତା ଜଳିଗଲେ ଆଦିବାସୀ ବୃଦ୍ଧା

ହାଢ ଭଙ୍ଗା ଶୀତର ପ୍ରଭାବ : ଜୀଅନ୍ତା ଜଳିଗଲେ ଆଦିବାସୀ ବୃଦ୍ଧା

38

ବାଲିଗୁଡା, ୨୨/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଜୀଅନ୍ତା ଜଳିଗଲେ ଆଦିବାସୀ ବୃଦ୍ଧା ଫୁଲ ମଲ୍ଲିକ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କତେରିଭଟା ଗାଁ ରେ। ସୂଚନା ପ୍ରକାରେ ହାଡ଼ଭଙ୍ଗା ଶୀତରୁ ଟିକେ ରକ୍ଷା ପାଇବା ପାଇଁ ଗତ ରାତିରେ କତେରିଭଟା ଗାଁର ନିଳାମ୍ବର ମଲ୍ଲିକଙ୍କ ସ୍ତ୍ରୀ ଫୁଲ ମଲ୍ଲିକ ଘରେ ନିଆଁ ଜାଳି ଏକ ଦଉଡ଼ିଆ ଖଟରେ ଶୋଇଥିଲେ। ବିଳମ୍ବିତ ରାତିରେ କୌଣସି ପ୍ରକାରେ ଘରେଥିବା ଆସବାବପତ୍ରରେ ନିଆଁ ଲାଗିଯାଇଥିଲା ଏବଂ ଘର ଜଳି ଯାଇଥିଲା। ସେହି ନିଆଁରେ ଫୁଲ ଜୀଅଁନ୍ତା ଜଳି ଯାଇଥିବା ଜଣାପଡ଼ିଛି। ପରିବାର ଲୋକେ ଫୁଲଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିଥିଲେ। ସେପଟେ ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଫୁଲଙ୍କ ଦରପୋଡ଼ା ଶବକୁ ଉଦ୍ଧାର କରିଥିଲେ। ବାଲିଗୁଡ଼ା ପୋଲିସ ଶବକୁ ଜବତ କରିବାସହ ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.