Home ଜିଲ୍ଲା ପରିକ୍ରମା ଭାରତୀୟ ଡାକ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ଭାରତୀୟ ଡାକ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

18

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଭାରତୀୟ ଡାକ କର୍ମଚାରୀ ସଂଘ ଭଦ୍ରକ ଶାଖାର ମିଳିତ କାର୍ଯ୍ୟକାରିଣୀ ବୈଠକ ଭଦ୍ରକ ମୁଖ୍ୟ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡାକ ତୃତୀୟ ଶ୍ରେଣୀ କର୍ମଚାରୀ ସଂଘର ରାଜ୍ୟ ସଭାପତି ରବିନ୍ଦ୍ର ନାଥ ମହାକୁଡ, ସମ୍ପାଦକ ରାଜକିଶୋର ମହାପାତ୍ର, ଗ୍ରାମୀଣ ଡାକ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ସତ୍ୟବ୍ରତ ଯେନା ଯୋଗ ଦେଇଥିଲେ । କେନ୍ଦ୍ରୀୟ ସଂଗଠନ ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ତୃତୀୟ ଶ୍ରେଣୀ ସଂଘ ସମ୍ପାଦକ ଶୋଭନ କୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରିୟବ୍ରତ ଦ୍ୱିବେଦୀ, ପୋଷ୍ଟମ୍ୟାନ ସଂଘ ସମ୍ପାଦକ ଦୀନବନ୍ଧୁ ପତି ଏବଂ ଗ୍ରାମୀଣ ଡାକ ସଂଘ ସମ୍ପାଦକ ଶଶିକାନ୍ତ ନାୟକ, ସହସମ୍ପାଦକ ଅଜିତ କୁମାର ସାହୁ ବୈଠକରେ ଯୋଗ ଦେଇ ଡାକ କର୍ମଚାରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ରାଜ୍ୟ ସ୍ତରୀୟ ନେତୃମଣ୍ଡଳୀ ତାଙ୍କ ବକ୍ତବ୍ୟରେ ଆଗାମୀ ୨୬ ତାରିଖ ହେବାକୁ ଥିବା ଧର୍ମଘଟରେ ସଂଘ ସାମିଲ ନହେବା ସମ୍ପର୍କରେ ସୂଚନା ଦେଇଥିଲେ । ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତରେ ଧର୍ମଘଟ ନକରି କର୍ମଚାରୀମାନଙ୍କ ଦାବୀ ସମୂହକୁ ଉଚିତ ମାର୍ଗରେ କେନ୍ଦ୍ରୀୟ କର୍ମଚାରୀ ସଂଘ ମାଧ୍ୟମରେ ଉପସ୍ଥାପନ କଲେ ଅଧିକ ଫଳପ୍ରଦ ହେବ ବୋଲି ମତ ପ୍ରକଟ କରିଥିଲେ ।ଏହି ବୈଠକରେ ଦୋବଶିଷ ଦାସଙ୍କୁ ସର୍ବସମ୍ମତି କ୍ରମେ ଗ୍ରାମୀଣ ଡାକ କର୍ମଚାରୀ ସଂଘର ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା । ଓଡ଼ିଶାର ସର୍ବ ପ୍ରଥମ ସଂଗଠନ ଭାବେ ଭଦ୍ରକରେ ଭାରତୀୟ ପୋଷ୍ଟାଲ ପେନ୍‌ସନ ସଂଘ ଗଠିତ ହୋଇଥିଲା । ସନାତନ ପରିଡା, ରବିନ୍ଦ୍ର ନାଥ ମହାକୁଡ ଓ ଅବଦୁସ୍ ସଲାମ ଖାଁ ଯଥାକ୍ରମେ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହି ବୈଠକରେ ଗ୍ରାମୀଣ ଡାକ କର୍ମଚାରୀମାନଙ୍କୁ ବିଭାଗୀୟ କରିବା, ୮ ଘଣ୍ଟାର କାମ ଦେବା ଓ ଶୀଘ୍ର ବକେୟା ମହଙ୍ଗା ଭତ୍ତା ପ୍ରଦାନ କରିବା ବିଷୟରେ ଆଲୋଚନା ହୋଇଥିଲା । ଶେଷରେ ସମ୍ପାଦକ ଶୋଭନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.