Home ଜିଲ୍ଲା ପରିକ୍ରମା ଶିଶୁ ଅଧିକାର ସପ୍ତାହ ପୁରସ୍କାର ବିତରଣ ଉତ୍ସବ

ଶିଶୁ ଅଧିକାର ସପ୍ତାହ ପୁରସ୍କାର ବିତରଣ ଉତ୍ସବ

18

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋସାଇଟି ଫର ଉଇକର କମ୍ୟୁନିଟି (ଆସିୟାନା) ଦ୍ୱାରା ପରିଚାଳିତ ଆସିଆନା ଓପନ୍ ସେଲ୍‌ଟର ହୋମ୍‌ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହଯୋଗରେ ଶିଶୁ ଅଧିକାର ସପ୍ତାହ ଅବସରରେ ପୁରସ୍କାର ବିତରଣ ଉତ୍ସବ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ, ବକ୍ତୃତା, ସଂଗୀତ, ନାଟକ, ହସ୍ତଶିଳ୍ପ, ରଚନା ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପରୁସ୍କୃତ କରାଯାଇଥିଲା । ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଯୋଗ ଦେଇ ଶିଶୁମାନଙ୍କ ଚରିତ୍ର ଓ ବ୍ୟକ୍ତିତ୍ୱ ବିକାଶ ଉପରେ ଶିକ୍ଷାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ) ବିଶ୍ୱନାରାୟଣ ପଣ୍ଡା କୋବିଡ଼ ପରିସ୍ଥିତିରେ ଶିଶୁମ।।ନଙ୍କର ମାନସିକ ପ୍ରଭାବକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ସଂକ୍ରାନ୍ତରେ ବକ୍ତ୍ୟ ରଖିଥିଲେ । ଆସିଆନାର ସମ୍ପାଦିକା ସୋଫିଆ ଶେଖ୍ ଶିଶୁ ଶ୍ରମିକ ଓ ଶିକ୍ଷା ଅଧିକାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୋବିଡ଼ ଗାଇଡ ଲାଇନ ଅନୁଯାୟୀ ପାଳନ କରାଯାଇଥିଲା । ଅତିଥି ପରିଚୟ ଓପନ ସେଣ୍ଟର ହୋମ୍‌ର ପ୍ରକଳ୍ପ ଅଧିକାରୀ ରିୟାଜ ଅହମ୍ମଦ କରିଥିବା ବେଳେ ବାହ୍ୟକର୍ମୀ ବିକାଶ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.