Home ଓଡ଼ିଶା ନିଦରେ ଶୋଇଛି ରଣପୁର ଅବକାରୀ ଥାନା ଅଂଚଳରେ ଚାଲିଛି ଚୋରା ମଦର ବନ୍ୟା

ନିଦରେ ଶୋଇଛି ରଣପୁର ଅବକାରୀ ଥାନା ଅଂଚଳରେ ଚାଲିଛି ଚୋରା ମଦର ବନ୍ୟା

50

ନୟାଗଡ/୨୦/୧୦(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଅବକାରୀ ଚଢାଉକୁ ବ୍ୟାପକ କରାଯାଇଥାଏ । ରଣପୁର ଥାନା ଓ ଚାନ୍ଦପୁର ଥାନା ତରଫରୁ କାଁ ଭାଁ ଚଢାଉ କରାଉଥିବା  ବେଳେ ରଣପୁରରେ ଥିବା ଅବକାରୀ ଥାନା ନିଦରେ ଶୋଇଥିବାଭଲି ଜନସାଧାରଣ ଅନୁଭବ କରୁଛନ୍ତି । ଚାନ୍ଦପୁର, ଗୋପାଳପୁର , ରାଜସୁନାଖଳା , ଜଙ୍କିଆ, ମୟୁରଝାଲିଆ ଓ ରଣପୁର ଅଂଚଳରେ ଚୋରା ଦେଶୀ ମଦର ବନ୍ୟା ଛୁଟୁଥିବା ଅଭିଯୋଗ ହେଉଅଛି  । ମହତପଲ୍ଲା, ବିରୁଡା, ବେଗୁନିଆ ପାଟଣା ଓ ସୁରୁକାବାଡି ଅଂଚଳରେ ହାତ ରନ୍ଧା ଚୋରା ଦେଶୀ ମଦ କୁ କୁଟୀର ଶିଳ୍ପ ଭାବେ ବ୍ୟବସାୟ କରାଯାଉଆଛି । ପ୍ରତିଦିନ ହଜାର ହଜାର ଲିଟର ଚୋରା ହାତ ରନ୍ଧା ଦେଶୀମଦ ବିକ୍ରୟ କରାଯାଉଅଛି ।

ଗୋଟିଏ ପଟେ ସରକାର ରାଜସ୍ୱ ହରାଉଥିବା ବେଳେ ଏହି ହାତ ରନ୍ଧା ଦେଶୀ ମଦ ପି ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି । ଏ ସର୍ମ୍ପକେ ରଣପୁର ଅବକାରୀ ଥାନା ସବ୍ ଇନିସ୍ପେକ୍ଟର ଧନୁର୍ଜୟ ପାତ୍ରଙ୍କ ସହ ଯୋଗାଯୋଗ ପାଇଁ ଫୋନ୍ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ନୟାଗଡ ଅବକାରୀ  ଇନିସ୍ପେକ୍ଟର ମୃତ୍ୟୁଞ୍ଜୟ ବେହେରା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ନୟାଗଡ ଜିଲ୍ଲାର ଅବକାରୀ ଥାନା ଗୁଡିକରେ ଅଫିସର ଙ୍କର ଅଭାବ ରହିଅଛି । ଜିଲ୍ଲାରେ ଜଣେ ଇନିସ୍ପେକ୍ଟର ଓ ଦୁଇ ଜଣ ସବ୍ ଇନିସ୍ପେକ୍ଟର ଙ୍କୁ ନେଇ ଥାନା ଚାଲିଛି । ରଣପୁର ଅବକାରୀ ଥାନା ଦାଇତ୍ୱରେ ଥିବା ଧନୁର୍ଜୟ ପାତ୍ର ଆଉ ତିନିଗୋଟି ଅବକାରୀ ଥାନା ଦାଇତ୍ୱରେ ରହିଛନ୍ତି । ଅଫିସର ଅଭାବ ଯୋଗୁଁ ହାତ ରନ୍ଧା ଚୋରା ଦେଶୀ ମଦ ମାଫିଆଙ୍କ ଉପରେ ଚଢାଉ ହୋଇପାରୁ ନାହିଁ । ତଥାପି ରଣପୁର ଅଂଚଳ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.