Home ଅନୁଗୁଳ ହିଙ୍ଗୁଳା ପାଠାଗାର ପକ୍ଷରୁ ଅସହାୟ ପରିବାରକୁ ସହାୟତା

ହିଙ୍ଗୁଳା ପାଠାଗାର ପକ୍ଷରୁ ଅସହାୟ ପରିବାରକୁ ସହାୟତା

15

ତାଳଚେର,୨୦/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ବ୍ଲକ କଳମଛୁଇଁ ଗ୍ରାମସ୍ଥିତ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ “ମା ହିଙ୍ଗୁଳା ପାଠାଗାର” ପକ୍ଷରୁ ଗୋଟିଏ ଅସହାୟ ପରିବାରକୁୁ ସହାୟତା ପ୍ରଦାନ କରାଯାଇଛି । ତାଳଚେର ବଉଳ ଛକରେ ରହୁଥିବା ରତ୍ନାକର ବେହେରାଙ୍କ       ଅକାଳ ମୃତ୍ୟୁ ହେବାରୁ ତାଙ୍କ ବିଧବା ପତ୍ନୀ ଓ ଦୁଇଟି ପୁଅ ଅତି ଦୟନୀୟ ଅବସ୍ଥାରେ ଚଳୁୁଥିଲେ । ରତ୍ନାକରଙ୍କ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ସମ୍ବଳ ନ    ଥିବାରୁ ସମାଜସେବୀ ବାପି ମହାନ୍ତିଙ୍କ ଠାରୁ ସୂଚନା ପାଇ ପାଠାଗାରର ସଦସ୍ୟମାନେ ଅସହାୟ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ ।       ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ସହ ଶାଢୀ, ଲୁଙ୍ଗି, ଗାମୁଛା ଆଦି ପ୍ରଦାନ କରାଯାଇଥିଲା । ଏହି ସହାୟତା ପ୍ରଦାନ ବେଳେ ପାଠାଗାରର ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ,କୋଷାଧ୍ୟକ୍ଷ ଦୟାନିଧି ସାହୁ, ସମାଜସେବୀ ବାପି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । “ମା ହିଙ୍ଗୁଳା ପାଠାଗାର”ର ଏଭଳି ଜନକଲ୍ୟାଣ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦାମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.