Home ଓଡ଼ିଶା ରଣପୁରରେ କାର୍ତ୍ୟାୟନୀ ବେଶରେ ପୂଜା ପାଇଲେ ମା ମଣିନାଗ

ରଣପୁରରେ କାର୍ତ୍ୟାୟନୀ ବେଶରେ ପୂଜା ପାଇଲେ ମା ମଣିନାଗ

26

ନୟାଗଡ/୨୦/୧୦(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁରରେ ରାଜରାଜୁଡା ଅମଳରୁ ମା ମଣିନାଗଙ୍କ ପୀଠରେ ନବରାତ୍ର ପୂଜା ଅନୁଷ୍ଟିତ ହୋଇଆସୁଅଛି । ରଣପୁର ରାଜ ପରିବାର ଓ ରଣପୁର ଜନସାଧାରଣଙ୍କର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ମଣିନାଗ  ।  ନବରାତ୍ର ପୂଜାରେ ପ୍ରତିଦିନ ମା ଙ୍କୁ  ଭିନ୍ନ ଭିନ୍ନ ବେଶରେ ପୂଜା କରାଯାଇଥାଏ । ନବରାତ୍ରର ୫ମ ଦିବସରେ ମା ମଣିନାଗଙ୍କୁ କାର୍ତ୍ୟାୟନୀ ବେଶରେ ପୂଜା କରାଯାଇଥିବା ଜଣାଯାଇଅଛି । ସକାଳୁ ଷଢାଙ୍ଗ ପୂଜା ପରେ ସୂର୍ଯ୍ୟ ପୂଜା କରାଯାଇଥାଏ । ଦିନସାରା ଷୋଡଶ ଉପଚାର ପୂଜା ପରେ ଚଣ୍ଡିପାଠ କରାଯାଇ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ଭୋଗ ଲାଗି କରାଯାଇଥାଏ ।

ବିଶ୍ୱର କଲ୍ୟାଣ ନିମିତ ମା ମଣିନାଗ କମିଟି ତରଫରୁ ଏହି ପୂଜାର ଆୟୋଜନ କରାଯାଇଥାଏ । ମନ୍ଦିର ପୂଜାରି ଲଳିତ କୁମାର ରଥ ବର୍ଷସାରା ପୂଜା କରୁଥିବା ବେଳେ ଏହି ନବରାତ୍ର ପୂଜା ପାଇଁ ସ୍ୱତନ୍ତ୍ର ପଣ୍ଡିତ ଡକାଯାଇଥାଏ । ଚଳିତ ବର୍ଷ ପଣ୍ଡିତ ଗୋଦାବରୀଶ ଶତପଥିଙ୍କ ଦ୍ୱାରା ନବରାତ୍ର ପୂଜା ଓ ଚଣ୍ଡୀପାଠ  କରାଯାଉଅଛି । କର୍ତ୍ତା ଭାବେ ନିରଞ୍ଜନ ମହାପାତ୍ର ଉପସ୍ଥିତ ରହିଛନ୍ତି । ମଣିନାଗ କମିଟିର ସମ୍ପାଦକ ଗୋପାଳ ଚନ୍ଦ୍ର ଦାଶ ଓ କମିଟିର ସଦସ୍ୟ ମାନେ ଏହି ଶକ୍ତିପୀଠରେ ନବରାତ୍ର ପୂଜାର ଆୟୋଜନ କରିଥିବା ଜଣାପଡିଛି । ସମସ୍ତ କୋଭିଡ୍ କଟକଣାକୁ ମାନି ଶ୍ରଧାଳୁ ଭକ୍ତମାନେ ସାମାଜିକ ଦୁରତ୍ୱକୁ ପ୍ରଧାନ୍ୟ ଦେଇ ଦର୍ଶନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.