ଭୁବନେଶ୍ୱର ୮-୧୦ (ଓଡ଼ିଆ ପୁଅ) – ଆଗାମୀ ତିର୍ତୋଲ ବିଧାନସଭା ଉପ ନିର୍ବାଚନରେ ପ୍ରଚାର କାର୍ଯ୍ୟକୁ ପରିଚାଳନା କରିବାପାଇଁ ପିସିସି ନିର୍ବାଚନ କମିଟି ଅଧ୍ୟକ୍ଷ ଶ୍ରୀ ଚିରଞ୍ଜିବ ବିଶ୍ୱାଳଙ୍କ ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ରଘୁନାଥପୁର ବ୍ଲକ ନିର୍ବାଚନ ପ୍ରଚାର କମିଟିକୁ ଅନୁମୋଦନ କରିଛନ୍ତି। ଏହି କମିଟିରେ ଆବାହକ ଭାବରେ ଶ୍ରୀମତୀ ପ୍ରତିମା ମଲ୍ଲିକ ରହିଥିବା ବେଳେ ସହ-ଆବାହକ ଭାବେ ଶ୍ରୀ ସର୍ବେଶ୍ୱର ପଣ୍ଡା ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ ସର୍ବଶ୍ରୀ ପ୍ରଶାନ୍ତ କୁମାର ଦାସ, ମନୋରଞ୍ଜନ ଜେନା, ଦେବବ୍ରତ ତ୍ରିପାଠୀ, କାଳନ୍ଦି ମହାନ୍ତି, ଆର୍ତତ୍ରାଣ ପଣ୍ଡା, ରୌନକ୍ ଅଲ୍ଲୀ ଖାଁ, ଶରତ ଚନ୍ଦ୍ର ବାରିକ, ଧିରେନ୍ଦ୍ରନାଥ ମଲ୍ଲିକ, ସମରାଜ ଦାସ, ପ୍ରଫୁଲ୍ଲ କୁମାର ମହାନ୍ତି, ବିଜନ କୁମାର ସ୍ୱାଇଁ, ଜ୍ଞାନରଂଜନ ପଟ୍ଟନାୟକ, ପ୍ରଭାକର ଜେନା, ସାଇପ୍ରଭଞ୍ଜନ ମହାପାତ୍ର, କାଶୀନାଥ ପଣ୍ଡା, ସରୋଜ କୁମାର ନାୟକ, ଜୈନେନ୍ଦ୍ର ମହାନ୍ତି, ଦୁର୍ଯ୍ୟୋଧନ ରାଉତ, ମାନସ ଗୋଚ୍ଛାୟତ, ଶରତ କୁମାର ରାଉତ, ତ୍ରିଲୋଚନ ରାଉତ ଓ ପ୍ରଭାସ କୁମାର ପଣ୍ଡା ପ୍ରମୁଖ ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।