Home ଜିଲ୍ଲା ପରିକ୍ରମା ଲିଭିଥିବା ବିସ୍କୁଟ ବୋଝେଇ କଣ୍ଟେନରଟି ପୁଣି ଜଳିଲା, ଲୋକେ ଭୟଭୀତ

ଲିଭିଥିବା ବିସ୍କୁଟ ବୋଝେଇ କଣ୍ଟେନରଟି ପୁଣି ଜଳିଲା, ଲୋକେ ଭୟଭୀତ

117

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିଛିଦିନ ତଳେ ଭଦ୍ରକର ୧୬ନଂ ଜାତୀୟ ରାଜପଥ ସାହାପୁର ଛକ ନିକଟରେ ବିଶାଖାପାଟଣାରୁ କୋଲକାତା ଯାଉଥିବା ଏକ ବିସ୍କୁଟ ବୋଝେଇ କଣ୍ଟେନରରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ôଚ ନିଆଁକୁ ଆୟତ୍ତ କରିଥିବାବେଳେ ନିଆଁ ଲିଭିବା ପରେ ପୁଲିସ୍ ଉକ୍ତ ଜଳିଥିବା ବିସ୍କୁଟ ବୋଝେଇ କଣ୍ଟେନରଟିକୁ ରାଜପଥରୁ ହଟାଇ ନିର୍ମାଣାଧୀନ ଜାତୀୟ ରାଜପଥକୁ ସ୍ଥାନାନ୍ତର କରିଥିଲା । ସେଦିନ ଗାଡିରେ ଥିବା ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଥିଲେ । ମାତ୍ର ଏତେଦିନ ପରେ ଆଜି ହଠାତ୍ ପୂର୍ବରୁ ଜଳିଥିବା ଉକ୍ତ ବିସ୍କୁଟ ବୋଝେଇ କଣ୍ଟେନରଟି ପୁଣି ଜଳିବାର ଦୃଶ୍ୟ ସମସ୍ତଙ୍କୁ ବିସ୍ମିତ କରିଛି । ରାସ୍ତାରେ ଯାଉଥିବା ଲୋକମାନେ ଆଜି ଏହା ଦେଖି ଭୟଭୀତ ହୋଇପଡିଥିଲେ । ପରବର୍ତ୍ତୀ ସମୟରେ ପୁନର୍ବାର ଦମକଳ ବାହିନୀ ଯାଇ ଉକ୍ତ କଣ୍ଟେନରଟିକୁ ଲିଭାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.