ପୁରୀ, ୨୨/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କୋଭିଡ୍୧୯ ପାଇଁ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ମାର୍ଚ୍ଚ, ମାସରୁ ବନ୍ଦ ରହିଥିବା ବେଳେ ପୁଣି ଶୁକ୍ରବାରଦିନଠାରୁ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପରିସରରୁ ଉଛେଦ କାର୍ଯ୍ୟ ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଉପଜିଲାପାଳ ଭବତରଣ ସାହୁଙ୍କ ନେତୃତ୍ୱରେ ଏହି ଉଛେଦ କାର୍ଯ୍ୟ ବାସେଳୀ ସାହି ମଉଜାରୁ କରାଯାଉଛି। ୭୫ ମିଟର ପରିଧି ଭିତରେ ରହିଥିବା ବାସେଳୀ ସାହିର ଘରୋଇ କୋଠାକୁ ଭଙ୍ଗା ଯାଉଛି। ତେବେ ଏନେଇ ଦୁଇ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିବା ବେଳେ ୨ ଟି ଡୋଜର ଲଗାଯାଇଛି। ଉଛେଦ ଗଳି ଭିତରୁ କରାଯାଉଥିବାରୁ ଆଗ ଭାଇବ୍ରଟେର ଲଗାଯାଇ ଛାତକୁ କଣା କରାଯାଉଥିବା ସହ ତାପରେ କୋଠାକୁ ଭଙ୍ଗାଯିବ ବୋଲି ସୂଚନା ଦେଇଛନ୍ତି ଉପଜିଲାପାଳ। ସେପଟେ ଶ୍ରୀମନ୍ଦିର ସୁରକ୍ଷା ବଳୟ ୭୫ ମିଟର ପରିଧିକୁ ନେଇ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ରୁ ୬୦ ଭାଗ ଉଛେଦ ସରିଥିବା ବେଳେ କରୋନାକୁ ନେଇ କାର୍ଯ୍ୟ ବନ୍ଦ ରହିଥିଲା ହେଲେ ଏବେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁଣି ଉଛେଦ କରାଯାଇଛି।