ହାଟଡିହି -୨୦। ୮ (ଓଡ଼ିଆ ପୁଅ) : ହାଟଡିହି ବ୍ଲକ ବଞ୍ଚୋ-ପଞ୍ଚୁଗୋଛିଆ ରାସ୍ତାର ମୁଗୁପୁର ହାଇସ୍କୁଲ ନିକଟରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାଟି ଉପରେ ଆଡହୁରିଆ, ଯଶୋବନ୍ତପୁର, ନୀଳାପୁର, ଶିବନାରାୟଣପୁର, ମୁଗୁପୁର, ବଞ୍ଚୋ ପ୍ରଭୃତି ଗ୍ରାମର ଲୋକମାନେ ନିର୍ଭର କରୁଥିବାବେଳେ ଏହି ରାସ୍ତା ଦେଇ ଶହଶହ ଛାତ୍ରଛାତ୍ରୀ ସ୍କୁଲକୁ ମଧ୍ୟ ଯାତାୟତ କରିଥାନ୍ତି। ଏହି ରାସ୍ତାର ଉଭୟ ପାଶ୍ୱର୍ରେ ବର୍ଷାଜଳ ନିସ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏଠାରେ ଟିକିଏ ବର୍ଷା ହେଲେ ଦୁଇଫୁଟ ତିନିଫୁଟ ଉଚ୍ଚର ପାଣି ଜମି ରହୁଛି। ତିନିଶହ ମିଟର ଦୁରତାରେ ଏହି ପାଣି ଜମି ରହୁôତବାରୁ ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।