Home କେନ୍ଦୁଝର ସର୍ଟଡାଉନରେ ଦୁଇ ପଞ୍ଚାୟତ

ସର୍ଟଡାଉନରେ ଦୁଇ ପଞ୍ଚାୟତ

220

ହାଟଡିହି -୨୦। ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ ) ହାଟଡିହି ବ୍ଲକ ଶାସଙ୍ଗ ଓ ହାଟଡିହି ପଞ୍ଚାୟତରେ କରୋନା ସଂକ୍ରମଣ ରୋକିବାପାଇଁ ଦୁଇଟି ଯାକ ପଞ୍ଚାୟତକୁ ଆଜିଠାରୁ ସର୍ଟଡାଉନ ଘୋଷଣା କରାଯାଇଛି। ଗତ କିଛିଦିନ ଭିତରେ ୨୩ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବାପରେ ହାଟଡିହି ଓ ଶାସଙ୍ଗ ପଞ୍ଚାୟତ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି। ଫଳରେ ଆଜି ଛେନାପଦିଛକ, ଚୋରଗଡିଆ, ହାଟଡିହି, ଜଳକଳଙ୍ଗ, ଅଣା ପ୍ରଭୃତି ଛକ ମାନଙ୍କରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆ, କେନ୍ଦୁଝର ସମବାୟ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ ପ୍ରଭୃତି ବନ୍ଦ ହୋଇଯାଇଛି। ପଞ୍ଚାୟତ ପକ୍ଷରୁ ଦୁଇଦିନିଆ ସର୍ଟଡାଉନ ପରେ ଶନିବାର ଓ ରବିବାର ସପ୍ତାହନ୍ତ ସର୍ଟଡାଉନ ଥିବାରୁ ମୋଟ ୪ଦିନ ପାଇଁ ଏହି ସର୍ଟଡାଉନ ଲାଗି ରହିବ। ଫଳରେ ବ୍ୟବସାୟୀମାନେ ନାନା କ୍ଷତିର ସମ୍ମୁଖୀନ ହେଉଥିବାବେଳେ ସାଧାରଣ ଲୋକମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି। ସରପଞ୍ଚ ମାନଙ୍କ ଏପରି ପଦକ୍ଷେପକୁ କିନ୍ତୁ ବୁଦ୍ଧିଜିବୀ ମହଲରେ ସ୍ୱାଗତ କରାଯାଇଛି। ଏହି ସର୍ଟଡାଉନ ସମୟ ଭିତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରଘର ବୁଲି ସର୍ଭେ କରାଯାଇଥିଲେ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଆକ୍ରାନ୍ତମାନଙ୍କ ଆଖପାଖ ଅଞ୍ଚଳକୁ ବିଶୋଧନ କରାଯାଇଥିଲେ ସର୍ଟଡାଉନ ଫଳପ୍ରଦ ହୋଇଥାଆନ୍ତା ବୋଲି ଆଲାଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.