ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ଥାନା ଅଧିନ ପଧାନପଡା ଗ୍ରାମରେ ଚାଲୁଥିବା ଏକ ନକଲି ଜର୍ଦ୍ଦା କାରଖାନା ଉପରେ ପୋଲିସ ଚଢାଉ କରି ବିପୁଳ ପରିମାଣରେ ସାମଗ୍ରୀ ଜବତ କରିଥିବା ଜଣାଯାଇଛି। ପ୍ରକାଶ ଯେ, ପଧାନପଡା ଗ୍ରାମର ଅନୱାର ଅଲ୍ଲୀଙ୍କ ଭଡା ଘରେ ଏକ ନକଲି ଜର୍ଦ୍ଦା କାରଖାନା ଚାଲୁଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଆଇଆଇସି ମିନା ବିନ୍ଧାଣୀଙ୍କ ନେତୃତ୍ୱରେ ଗଠିତ ପୋଲିସ ଟିମ୍ ଉକ୍ତ ନକଲି କାରଖାନା ଉପରେ ଚଢାଉ କରିଥିଲା। ଚଢାଉ ବେଳେ ବହୁ ପରିମାଣରେ ନକଲି ଜର୍ଦ୍ଦା ମସଲା, ରାସାୟନିକ ସାମଗ୍ରୀ, ଦୁଇଟି ସିଲ୍ ମେସିନ୍, ୨ ବସ୍ତା ଖୋଲା ଜର୍ଦ୍ଦା ଡବା ଓ ପ୍ରାୟ ୧୦୦ ପେଟିରୁ ଉର୍ଦ୍ଧ୍ୱ ନକଲି ଜର୍ଦ୍ଦା ଜବତ କରାଯାଇଛି। ଅପରପକ୍ଷେ ଚଢାଉ ବେଳେ ନକଲି କାରଖାନାର ମାଲିକ କୈଶଳ କ୍ରମେ ଉକ୍ତ ସ୍ଥାନରୁ ଖସି ପଳାଇଥିବା ବେଳେ ଘର ମାଲିକକୁ ପୋଲିସ ଥାନାକୁ ଆଣି ପଚରା ଉଚରା କରିଛି। ସଂପୃକ୍ତ କାରଖାନାର ମାଲିକର ଘର ଭଦ୍ରକ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି।