Home ଓଡ଼ିଶା ରତ୍ନ ସିଂହାସନରୁ ପଥର ଗ୍ୟାୟବ୍ ଭଳି ସମ୍ବେଦନ ଶୀଳ ଘଟଣାକୁ ଲୋକଲୋଚନକୁ ଆଣିବା ପାଇଁ ଜରୁରୀ...

ରତ୍ନ ସିଂହାସନରୁ ପଥର ଗ୍ୟାୟବ୍ ଭଳି ସମ୍ବେଦନ ଶୀଳ ଘଟଣାକୁ ଲୋକଲୋଚନକୁ ଆଣିବା ପାଇଁ ଜରୁରୀ : ଇସ୍ପିତ ପଢିଆରୀ

125

ପୁରୀ ୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରର ରତ୍ନ ସିଂହାସନ ପଦ୍ମ ପାଖୁଡା ପଥର ଗ୍ୟାୟବ୍ ରେ ଚଞ୍ଚକତା କରାଯାଇଛି। ପୂର୍ବରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିବା ଶ୍ରୀମନ୍ଦିରର ବରିଷ୍ଠ ସେବକ ଇପିସିତ ପଢିଆରୀ ଗତକାଲି ତାଙ୍କ ମତକୁ ଦୋହରାଇବା ବେଳେ ଏହି ଘଟଣାରେ ରାଜ୍ୟ ସରକାରଙ୍କର ହସ୍ତକ୍ଷପ ଲୋଡିଛନ୍ତି। ଏହି ଘଟଣା ଟି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବିଶେଷ ତଥ୍ୟ ଯୋଗାଇ ଦେବା ପାଇଁ ଇପି୍‌ସିତଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଗୁରୁବାରଦିନ ସେ ବ୍ୟକ୍ତିଗତ ଭାବେ ଶ୍ରୀମନ୍ଦିର ରାଜସ୍ୱ ଉପ ପ୍ରଶାସକଙ୍କ ନିକଟରେ ନିଜର ମତ ରଖିଥିବା ବେଳେ ଏ ଏସ୍ ଆଇ ର ଅବହେଳା ସମ୍ପର୍କରେ ଅବଗତ କରାଇଛନ୍ତି। ପଥର ଥିବା ସ୍ଥାନରେ ଚଞ୍ଚକତା କରି ମରାମତି କରାଯାଇଥିବା ନିଜ ବୟାନ୍‌ରେ ସେ ପୂର୍ଣ୍ଣବାର ସ୍ପଷ୍ଟ କରିଛନ୍ତି। ପ୍ରତିବର୍ଷ ରଥଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମୟରେ ଏ ଏସ୍ ଆଇ ଶ୍ରୀ ମନ୍ଦିର ମରାମତି କାର୍ଯ୍ୟ କରିଥାଏ। ଏ ଏସ୍ ଆଇଙ୍କୁ ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ର କେଉଁ ଅଧିକାରୀ ଦାୟିତ୍ୱ ନେଇଥିଲେ ତଦନ୍ତ ରେ ସ୍ଥାନ ପାଇବାକୁ ନିଜ ବୟାନରେ ଉଲ୍ଲେଖ କରିଛନ୍ତି। ଏଥି ସହ ରତ୍ନ ସିଂହାସନରୁ ପଥର ଗାୟବ ଭଳି ସମ୍ବେଦନ ଶୀଳ ଘଟଣାକୁ ରାଜ୍ୟ ସରକାର ଗୁରୁତର ସହ ଗ୍ରହଣ କରିବା ସହ ଏହାର ସତ୍ୟା ସତ୍ୟ ଲୋକଲୋଚନକୁ ଆଣିବା ଜରୁରୀ ବୋଲି ମତ ଦେଇଛନ୍ତି ବରିଷ୍ଠ ସେବାୟତ ଇପ୍ସିତ ପ୍ରତିହାରୀ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.