Home ଜିଲ୍ଲା ପରିକ୍ରମା ପ୍ରଶାସନର ଲୋକଦେଖାଣିଆ ସାନିଟାଇଜେସନକୁ ନେଇ ଅସନ୍ତୋଷ

ପ୍ରଶାସନର ଲୋକଦେଖାଣିଆ ସାନିଟାଇଜେସନକୁ ନେଇ ଅସନ୍ତୋଷ

101

ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାର କୋଭିଡ୍ ପରିଚାଳନାକୁ ନେଇ କ୍ରମଶଃ ଜନଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ସ୍ୱାବ ସଂଗ୍ରହଠାରୁ ସାନିଟାଇଜେସନ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ପ୍ରଶାସନର ଖାମଖିଆଲି କାର୍ଯ୍ୟକୁ ନେଇ ସହରର ସଚେତନଶୀଳ ବ୍ୟକ୍ତିମାନେ ଏବେ ମୁହଁ ଖୋଲିଲେଣି। ସାମ୍ପ୍ରତିକ ସ୍ଥିତିରେ ଜିଲ୍ଲାର କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ପ୍ରଶାସନର କାର୍ଯ୍ୟଧାରା ସମସ୍ତଙ୍କୁ ଆଚମ୍ବିତ କରିଛି। ଏମିତିକି ଲକ୍ଷଣ ଦେଖାଯାଉ ନଥିଲେ ବି କରୋନା ରୋଗୀ ସଂସ୍ପର୍ଶରେ ଆଥିବା ଲୋକଙ୍କ ସ୍ୱାବ ପରୀକ୍ଷା ନ କରିବା ଓ ସହରରେ ନିର୍ଦ୍ଦିଷ୍ଟ ରୋଡ଼୍କୁ ବାରମ୍ବାର ସାନିଟାଇଜେସନ କରାଯିବାକୁ ନେଇ ସଚେତନଶୀଳ ବ୍ୟକ୍ତିମାନେ ଆଜି ଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ବିଶେଷ କରି ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ପ୍ରାୟ ସମସ୍ତ ୱାର୍ଡ଼ରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ହେଉଥିବା ସାନିଟାଇଜେସନ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିବା ସେମାନେ କହିଛନ୍ତି। ବଢ଼ ବଢ଼ ଗାଡ଼ିରେ ସହରର କେବଳ ହାତଗଣତି ୨/୩ଟା ରାସ୍ତାରେ ଲୋକଦେଖାଣିଆ ସାନିଟାଇଜେସନ କରାଯାଉଥିବା ବେଳେ ଅଧିକ ଜନବହୁଳ ଅଞ୍ଚଳକୁ ସେହି ଗାଡ଼ି ଯାଉନାହିଁ। ଏନେଇ ଉଚିତ ପଦକ୍ଷେପ ନେବାକୁ ସଚେତନଶୀଳ ବ୍ୟକ୍ତିମାନେ ଦାବି କରିଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ସ୍ମାରକପତ୍ର ପ୍ରଦାନ ବେଳେ ବରିଷ୍ଠ ଆଇଜୀବୀ ବିଜୟ କୁମାର ପାଣିଗ୍ରାହୀ, ପୂର୍ଣ୍ଣେନ୍ଦୁ କୁମାର ମହାନ୍ତି, ସୌମ୍ୟରଂଜନ ପାତ୍ର, ଡାକ୍ତର ଶାନ୍ତନୁ ଦାସ, ସନାତନ ରାଉଳ, ମୃତ୍ୟୁଞ୍ଜୟ ତ୍ରିପାଠୀ, ଦିଲ୍ଲୀପ ପରିଡ଼ା, ବେଣୁଧର ଉପାଧ୍ୟାୟ, ବସନ୍ତ ମହାପାତ୍ର, ହୃଷୀକେଶ ପାତ୍ର, ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.