Home ଜିଲ୍ଲା ପରିକ୍ରମା ସମ୍ମାନିତ ହେବାକୁ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲା ପ୍ରଶାସନ

ସମ୍ମାନିତ ହେବାକୁ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲା ପ୍ରଶାସନ

89

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଜିଲ୍ଲାର ୩ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଆସନ୍ତା କ୍ରାନ୍ତି ଦିବସ ଅଗଷ୍ଟ ୯ରେ ରାଷ୍ଟ୍ରପତିଙ୍କ ପକ୍ଷରୁ ସମ୍ମାନିତ କରାଯିବ । ତେବେ କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଏହି ପୁରସ୍କାର ସେମାନଙ୍କୁ ନିଜ ଘରେ ପ୍ରଦାନ କରାଯିବ । ଭଦ୍ରକରୁ ଧାମନଗର ବ୍ଲକ ସୂର୍ଯ୍ୟପୁର ଗ୍ରାମର ଗୌରୀଶ୍ୟାମ ଗୋସ୍ୱାମୀ ଓ ରାମହରି ଗୋସ୍ୱାମୀ, କମାରବନ୍ଧ ଶିବପୁର ଗ୍ରାମର ବ୍ରଜ କିଶୋର ରାଉତ । ସେହି ସଂଗ୍ରାମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲେଖ ଚନ୍ଦ୍ର ବେହେରା, ଡାକ୍ତର ଅମୂଲ୍ୟ କୁମାର ଦାସ, ଜଣେ ଫାର୍ମାସିଷ୍ଟ ଉଭୟ ସଂଗ୍ରାମୀଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ପ୍ରତିବର୍ଷ ସଂଗ୍ରାମୀ ସମ୍ମାନ ମହାମହିମ ରାଷ୍ଟ୍ରପତି ଏହି ସମ୍ମାନ ରାଷ୍ଟ୍ରପତି ଭବନରେ ପ୍ରଦାନ କରୁଥିବା ବେଳେ ଚଳିତ ବର୍ଷ ମହାମାରୀ କରୋନା ପାଇଁ ଏହି ସମ୍ମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସଂଗ୍ରାମୀଙ୍କୁ ଜନ୍ମମାଟି ତଥା ନିଜ ଘରେ ପ୍ରଦାନ କରାଯିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ପରାମର୍ଶ କ୍ରମେ ଅଧିକାରୀମାନେ ସେମାନଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଅନ୍ୟପକ୍ଷରେ ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ରାମହରି ଗୋସ୍ୱାମୀ ଘରେ ନ ଥିବାରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପାରି ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.