Home ଜିଲ୍ଲା ପରିକ୍ରମା କଲାମଙ୍କ ମାନସ ସନ୍ତାନ ପାଇଁ ବାବୁବାଲି ବିଶ୍ୱରେ ପରିଚିତ

କଲାମଙ୍କ ମାନସ ସନ୍ତାନ ପାଇଁ ବାବୁବାଲି ବିଶ୍ୱରେ ପରିଚିତ

146

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟରେ ଥିବା ଭାରତ ବର୍ଷର ବୃହତ୍ତମ ପ୍ରତିରକ୍ଷା ଘାଟି ହୁଇଲର ଦ୍ୱୀପ ଏବେ କଲାମ ଦ୍ୱୀପ ନାମରେ ନାମିତ ହୋଇଛି । ଏହି ଦ୍ୱୀପରେ ଥିବା କଲାମଙ୍କ ମାନସ ପୁତ୍ର ତଥା ପୃଥିବୀ କ୍ଷେପଣାସ୍ତ୍ରର ପ୍ରଥମ ଖସିବା ସ୍ଥାନ ତଥା କାଲାମ ଦ୍ୱୀପ ଗାଡେନରେ ପ୍ରତିରକ୍ଷା ବିଭାଗ କର୍ମଚାରୀମାନେ ଗତକାଲି ଜୁଲାଇ ୨୭ ତାରିଖ ପାଇଁ ଚଳଚଞ୍ଚଳ ହୋଇଥିଲେ । ଧାମରା ଉପକୂଳରେ ବିପିନ୍ନ ଦ୍ୱୀପକୁ ବିଦେଶୀ ନାମରେ ଦୀର୍ଘଦିନ ହେଲା ନାମିତ ହୋଇଆସୁଥିଲା । ଓଡ଼ିଶା ସରକାର ମିଜାଇଲ୍ ମ୍ୟାନ୍ ସ୍ୱର୍ଗତଃ ଡ. କଲାମଙ୍କ ନାମରେ ଏହି ଦ୍ୱୀପକୁ ନାମିତ କରିବା ପରେ ଦ୍ୱୀପରେ ଥିବା ପ୍ରତିରକ୍ଷା ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଆନନ୍ଦରେ ଏହି ଦିବସକୁ ପାଳନ କରିଛନ୍ତି । କାରଣ ଏହି ତାରିଖରେ କଲାମ ଦ୍ୱୀପର ନୂତନ ନାମ ଘୋଷଣା ହୋଇଥିଲା ୨୦୧୫ ରେ । ବିଦେଶୀ ବଦଳରେ ଦେଶୀ ନାମରେ କଲାମ ଦ୍ୱୀପ ନାମିତ ହୋଇଥିବାରୁ ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି କଲାମ ଚଢା ଆମ ପାଟିରେ ପଶିବ । ଏଣିକି ଆମେ ଏହାକୁ କଲାମ ଚଢା ନାମରେ ଡାକିବୁ । ଧାମରା ମାଛଧରା ବନ୍ଦରରୁ ମାଛ ଧରିବାକୁ ସମୁଦ୍ରକୁ ଯାଉଥିବା ଟ୍ରଲରମାନେ ୭ଟି ଦ୍ୱୀପ ଅତିକ୍ରମ କରନ୍ତି । ଇଂରେଜମାନେ ଲମ୍ବା ନାଳିଭଳି ଏକ ଲମ୍ବି ଯାଇଥିବା ଦ୍ୱୀପକୁ ଲଂଗ ଆଇଲ୍ୟାଣ୍ଡ ନାମରେ ନାିତ କରିଥିଲାବେଳେ ସେ ସମୟରେ ଜାହାଜ ଯାତାୟତ ସୁବିଧା ପାଇଁ ଲାଇଟ୍ ହାଉସ୍ ବସାଇଥିବା ଦ୍ୱୀପକୁ ଲାଇଟ୍ ଆଇଲ୍ୟାଣ୍ଡ ଭାବେ ନାମିତ କରିଥିଲେ । ଏବେ ସେହି ଦ୍ୱୀପ ଜୁଆର ପାଣିରେ ବୁଡିଯାଇ ବ୍ୟବହାର ଅନୁପଯୋଗ୍ୟ ହୋଇପଡିଛି । ସେହିପରି ଆଉ ଏକ ଦ୍ୱୀପରେ ନଡିଆ ଗଛ ଅଧିକ ଥିବାରୁ ଏହାକୁ କୋକୋନେଟ୍ ଆଇଲ୍ୟାଣ୍ଡ ନାମରେ ନାମିତ କରିଛନ୍ତି । ବୁଦ୍ଧିଆ ଚଢା, ବାବୁ ବାଲି ଏବଂ କନିକା ବାଲି ଦ୍ୱୀପ ମଧ୍ୟ ରହିଛି । ହୁଇଲର ଦ୍ୱୀପକୁ ୧୯୯୪ ମସିହାରୁ ପ୍ରତିରକ୍ଷା ବିଭାଗ ଦଖଳକୁ ନେବା ପରେ ସେଠାରେ ମାଟି ତଳେ ଓ ଉପରେ କ୍ଷେପଣାସ୍ତ୍ର ଘାଟି ନିର୍ମାଣ କରିଥିଲା । ତେବେ ସେ ଯାହା ହେଉ ଭାରତର ବିଶିଷ୍ଟ ବୈଜ୍ଞାନିକ ଡ. କଲାମ ନିଜ ପ୍ରଚେଷ୍ଟାରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରଥମ ପୃଥିବୀ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିବା ପରେ ତାହା ହୁଇଲର ଦ୍ୱୀପରେ ପଡିଥିଲା । ଡ. କଲାମ ନିଜର ସଫଳତା ଉତ୍‌କ୍ଷେପଣକୁ ସ୍ୱଚକ୍ଷୁରେ ଦେଖିବା ପାଇଁ ହୁଇଲର ଦ୍ୱୀପକୁ ଯାଇ ପୃଥିବୀ କ୍ଷେପଣାସ୍ତ୍ର ପଡିଥିବା ସ୍ଥାନରେ ପହଞ୍ôଚଥିଲେ ।

 

ଏପରିକି ଏହି ସ୍ଥାନକୁ ନିଜର ମାନସ ସନ୍ତାନ ଭାବେ ନାମିତ କରିଥିଲେ । ଏହାପରେ କଲାମଙ୍କ ନିର୍ଦ୍ଦେଶରେ ହୁଇଲର ଦ୍ୱୀପରେ ପ୍ରଥମ ସଫଳତା କ୍ଷେପଣାସ୍ତ୍ର ପଡିଥିବା ସ୍ଥାନରେ ଏକ ଗାର୍ଡେନ୍ ନିର୍ମାଣ କରାଯାଇଛି । ମାର୍ବଲ ପଥରରେ ଏକ ଖମ୍ବ ନିର୍ମାଣ କରାଯାଇଛି । ଯାହାକି ମିଜାଇଲ୍ ଭଳି ଦେଖାଯାଉଛି । ଏହାର ଉଚ୍ଚତା ୩୦ ମିଟର । ଏହି ମିଜାଇଲ୍ ଖମ୍ବର ଚାରି ଦିଗରୁ ଦେଖିଲେ ଏକାପରି ଆକାଶକୁ ଉଠୁଥିବା ଅବସ୍ଥା ମିଜାଇଲର ଦୃଶ୍ୟ ରହିଛି । ଏହା ସହିତ ବିଦ୍ରୁତ୍ ଚାଳିତ ଯନ୍ତ୍ର ସାହାଯ୍ୟରେ ତଳୁ ଉପରକୁ ନାଲିନେଳି ରଂଗର ପାଣି ମିଜାଇଲ୍ ଉପରକୁ ଅହରହ ପକାଯାଉଛି । ପାଖରେ ଏକ ଫଳକ ଲଗାଯାଇ ଡ. କଲାମଙ୍କ ମାନସ ସନ୍ତାନ ବୋଲି ଉଲ୍ଲେଖ କରାଯାଇଛି । ବିଦେଶୀ ଶବ୍ଦକୁ ହଟାଇ ଦେଶୀ ପୁଣି ଜଣେ ସଚ୍ଚା ଭାରତୀୟଙ୍କ ନାମରେ ଓଡ଼ିଶାର ଏହି ଦ୍ୱୀପପୁଞ୍ଜ ନାମିତ ହୋଇଥିବାରୁ ଧାମରା, ଚନ୍ଦିନୀ ପାଳ, ତାଳଚୁଆ ଆଦି ଅଂଚଳର ମତ୍ସ୍ୟଜୀବୀମାନେ ଆନନ୍ଦିତ ହୋଇଛନ୍ତି । ଧାମରା ସରପଞ୍ଚ ପ୍ରିୟରଂଜନ ଜେନା ଓ ସମାଜସେବୀ ବଳଭଦ୍ର ଲେଙ୍କା କଲାମ ଦ୍ୱୀପ ଓ କଲାମ ସାହେବଙ୍କ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି । ପ୍ରତିରକ୍ଷା ବିଭାଗର କର୍ମଚାରୀ ପ୍ରକାଶ ବେହେରା ହ୍ୱିଇଲର ଦ୍ୱୀପରେ କାର୍ଯ୍ୟ କରୁଛନ୍ତି, ସେ କୁହନ୍ତି – କଲାମ ସାହେବଙ୍କ ପାଇଁ ଆମେ ଗର୍ବିତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.