ପୁରୀ ୨୧-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ର ଏସ୍ ପି ଡଃ ଉମାଶଙ୍କର ଦାଶ ଅନ୍ୟତ୍ର ବଦଳି ହୋଇଯିବା ପରେ ପୁରୀ ର ନୂତନ ଏସ୍ପି ଭାବେ ଅଖିଳେଶ୍ୱର ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ ଏସ୍,ପି ପୁରୀରେ ପହଚିଂବା ପରେ ଶ୍ରୀ ମନ୍ଦିରକୁ ଯାଇ ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିଲେ। ପରେ ଜିଲ୍ଲା ପୋଲିସ୍ ମୁଖ୍ୟାଳୟ କାର୍ଯ୍ୟାଳୟରେ ପହଚିଂବା ପରେ ସେଠାରେ ଅଭିବାଦନ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ପୁରୀ ଏସ୍ ପି ଗଣମାଧ୍ୟମକୁ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ, ସବୁଦାୟିତ୍ୱ ନିର୍ବାହ କରିବି, ପୋଲିସ୍ ପ୍ରସାସନ ମଧ୍ୟ ସବୁ ଦାୟିତ୍ୱ ନିର୍ବାହ କରିବ ଲୋକଙ୍କ ସହ ପୋଲିସ୍ ମିଳିମିଶି କାମ କରିବ। ଯେକୌଣସୀ ଲୋକର ଅସୁବିଧା ହେବ ସେ ପୋଲିସ୍ ପାଖକୁ ଗଲେ ନ୍ୟାୟ ଅବଶ୍ୟ ମିଳିବ। ଅପରାଧ ଓ ଅପରାଧୀଙ୍କ ଉପରେ କଡାରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋଭିଡକ୍ କଟକଣାକୁ ମାନିଲେ ଲୋକ ସୁରକ୍ଷିତ ରହିବେ। ସମସ୍ତେ କୋଭିଡ୍ କଟକଣା କୁ ମାନି ଚଳିବା ପାଇଁ ସେ ପରାମର୍ଶ ଦେଇଛନ୍ତି।








