Home ଓଡ଼ିଶା ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି

ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି

78

ପୁରୀ ୨୨-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସକାଳ ଧୂପ ବଢିଲା ପରେ ମହାଜନ ସେବାୟତ ଦକ୍ଷିଣୀ ଘରୁ ଶ୍ରୀନାରାୟଣ ମୂର୍ତ୍ତିଙ୍କୁ ଆଣି ରତ୍ନ ସିଂହାସନରେ ବିଜେ କରିଥାନ୍ତି। କାଳିଆ ପୂଜାପଣ୍ଡା ଗରାବଡୁଙ୍କ ଠାରୁ ହତୁଆଣୀ ନେଇ ଉକ୍ତ ନାରାୟଣ ମୂର୍ତିଙ୍କୁ ଆଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରଦାନ କରିଥାନ୍ତି ଏହାପରେ ମହାଜନ ସେବାୟତ ନାରାୟଣଙ୍କୁ ମୁକ୍ତି ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରନ୍ତି। ପାଲିଙ୍କିକୁ ସ୍କନ୍ଧରେ ବୋହି ଘଣ୍ଟ, ଛତ-କାହାଳୀରେ ସିଂହଦ୍ୱାର ଦେଇ ବାଲିସାହି ରାସ୍ତାରେ ସମୁଦ୍ର କୂଳ ସ୍ୱର୍ଗଦ୍ୱାର ଠାରେ ବିଜେ କରିଥାନ୍ତି। ସମୁଦ୍ରକୂଳ ବାଲିରେ ବିଜେ ହେବା ପରେ ଗରାବଡୁ ସେବାୟତ ସମୁଦ୍ର ପାଣି ଆଣି ପଣ୍ଡାଙ୍କ ହାତକୁ ବଢାନ୍ତି ପୂଜାପଣ୍ଡା ଜଳ ସଂସ୍କାର କରି ଠାକୁର ଙ୍କୁ ଲାଗି କରାଇଥାନ୍ତି। ସାବତ ନିଯୋଗ ପକ୍ଷରୁ ପଣାଭୋଗ କରାଯାଇ ଆଳତି ବନ୍ଧାପନା କରାଯାଇଥାଏ। ଏହାପରେ ଠାକୁର ବିମାନରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିର ଭିତର ଗମ୍ବିରା କୁ ବିଜେ କରନ୍ତି। ସେଠାରେ ଦହି ଓ ପଚାଂମୃତରେ ମହାସ୍ନାନ କରାଯାଇଥାଏ। ଖଇ ଓ କୋରା ଆଦି ଶୀତଳ ଭୋଗ କରାଯାଇ ବନ୍ଦାପନା ହେବା ପରେ ଶ୍ରୀ ନାରାୟଣଙ୍କୁ ହରଚଣ୍ଡୀ ସାହି ଓ ମଣିକର୍ଣ୍ଣିକା ସାହି ଦେଇ ସିଂହଦ୍ୱାରବାଟେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.