Home ଓଡ଼ିଶା ଓଡ଼ଗାଁ ବଜାର କଂଟେନମେଂଟରୁ ମୁକ୍ତ, ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ବଜାର ଖୋଲିବ

ଓଡ଼ଗାଁ ବଜାର କଂଟେନମେଂଟରୁ ମୁକ୍ତ, ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ବଜାର ଖୋଲିବ

119

ନୟାଗଡ଼, ୧୬ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାର ଓଡ଼ଗାଁ ବଜାର କଂଟେନମେଂଟ ଜୋନାରୁ ମୁକ୍ତ ହୋଇଥିବାବେଳେ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏଣିକି ଦୋକାନ ବଜାର କରୋନା କଟକଣା ଭିତରେ ଖୋଲା ରହିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଓଡ଼ଗାଁ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ନେଇ ଜିଲା ପ୍ରଶାସନ ଓଡ଼ଗାଁ ଏନଏସି ସମେତ କୁରାଳ, ସୁନାମୁହିଁ, ଗିରିଡ଼ିପଳ୍ଲୀ, ପାଣ୍ଡେରିପଡ଼ା ଓ କୋମଣ୍ଡ ପଂଚାୟତର ୨୦ଟି ଗାଁକୁ କଂଟେନମେଂଟ ଜୋନ ଓ ରବିଗାଡ଼ିଆ, ରଙ୍ଗଣିପାଟଣା ସମେତ ଉପରୋକ୍ତ ପଂଚାୟତର ୧୫ଖଣ୍ଡ ଗାଁକୁ ଗତ ୧ ତାରିଖରୁ ବଫର ଜୋନ ଭାବେ ଘୋଷଣା କରିଥିଲେ। ବଜାର ଖୋଲିବା ନେଇ ସହରବାସୀ ଆଶ୍ୱସ୍ତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.