ନୟାଗଡ଼, ୧୫ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ବ୍ଳକର ବାଲୁଗାଁ ପଂଚାୟତ ସଭା ଗୃହରେ ଭିଡିଓ କନଫେରେନ୍ସି ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କୃଷି, ଊଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ ଅରୁଣ କୁମାର ସାହୁ ନିଜ କାର୍ଯ୍ୟାଳୟରୁ ଭିଡିଓ କନଫେରେନ୍ସି ମାଧ୍ୟମରେ ବାଲଗାଁ ପଂଚାୟତର ସଭାଗୃହରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଜୁମ୍ ଆପ୍ ଦ୍ୱାରା କଥାବାର୍ତ୍ତା ହୋଇଥିଲେ। ବରିଷ୍ଠ ବିଜେଡି ନେତା ଦନାର୍ଦ୍ଦନ ଦଳବେହେରାଙ୍କ ଦ୍ୱାରା ଆହୁତ ଏହି ବୈଠକରେ ବାଲୁଗାଁ ପଂଚାୟତର ସରପଂଚ, ୱାର୍ଡ଼ମେମ୍ବର, କର୍ମୀ ଏବଂ ସାଧାରଣ ଲୋକଙ୍କ ସହ କଥା ହୋଇ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହିତ ପଂଚାୟତର ବିଭିନ୍ନ ଗ୍ରାମରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ଏବଂ ହେବାକୁ ଥିବା କାର୍ଯ୍ୟର ଅଗ୍ରଗତି ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ସାଧାରଣ ଜନତା ମଧ୍ୟ ମନ୍ତ୍ରୀଙ୍କୁ ଭିଡିଓ କନଫେରେନ୍ସିରେ ଭାଗ ନେଇ ଖୁସି ପ୍ରକଟ କରିଥିଲେ। ବିଶେଷ କରି ଧାନଚାଷ ଏବଂ ବର୍ଷାର ସ୍ଥିତିକୁ ନେଇ ଲୋକଙ୍କ ସହ ଆଲୋଚନା କରିଥିଲାବେଳେ କରୋନା ସଂକ୍ରମଣକୁ ନେଇ ମ୍ରିୟମାଣ ହେବା ସହିତ ଏଭଳି ସ୍ଥିତିରେ ଏହା ଆମ ପାଇଁ ସବୁଠାରୁ ପରୀକ୍ଷାର ବେଳ ବୋଲି କହିଥିଲେ। ପଂଚାୟତର ବିଭିନ୍ନ ବର୍ଗର ଲୋକ ସାମାଜିକ ଦୂରତ୍ୱ ରକ୍ଷା କରି ମନ୍ତ୍ରୀଙ୍କ ଖୋଲା କଥା ହୋଇ ଖୁସି ପ୍ରକଟ କରିଥିଲେ।
Home ଜିଲ୍ଲା ପରିକ୍ରମା ଭିସି ମାଧ୍ୟମରେ ବାଲୁଗାଁ ପଂଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କୃଷିମନ୍ତ୍ରୀ