Home ଓଡ଼ିଶା ଜିଲ୍ଲାରେ ଆଜି ପୁଣି ୧୩ ଜଣ ନୂଆ ପଜିଟିଭ ଚିହ୍ନଟ,କୋଭିଡ ଫିଡବ୍ୟାକ କେନ୍ଦ୍ର ଓ ପ୍ରବାସୀ...

ଜିଲ୍ଲାରେ ଆଜି ପୁଣି ୧୩ ଜଣ ନୂଆ ପଜିଟିଭ ଚିହ୍ନଟ,କୋଭିଡ ଫିଡବ୍ୟାକ କେନ୍ଦ୍ର ଓ ପ୍ରବାସୀ ଫେରନ୍ତାଙ୍କ ପାଇଁ ହେଲ୍ପଡେକ୍ସ ।

111

ମାଲକାନଗିରି,୧୫ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୧୩ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ଙ୍କ ମଧ୍ୟର କାଲିମେଳା ବ୍ଲକ ଅଚଂଳର ୪ଜଣ ଥିବା ବେଳେ ଜଣେ କରୋନା ଯୋଦ୍ଧା ଓ ଅନ୍ୟଜଣେ ଆନ୍ଦ୍ରପ୍ରଦେଶ ଫେରନ୍ତା ପ୍ରବାସୀ ସଙ୍ଗରୋଧକେନ୍ଦ୍ର ର ଅନ୍ୟଦୁଇଜଣ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ୯ଜଣ ମାଲକାନଗିରି ପୌରାଚଂଳ କଟେଂନମେଟଂ ଜୋନର ସ୍ଥାନୀୟ ଜନସାଧରଣ ଓ ଏମାନେ ସବୁ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାପଡିଛି । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୮ ହୋଇଥିବା ବେଳେ ସଥିମଧ୍ୟରୁ ୧୧୧ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୯୭ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୧୩ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ମାଲକାନଗିରି ପୌରାଚଂଳ ଓ ବାଲିମେଳା ଅଚଂଳକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । କରୋନା ପଜିଟିଭ ଚିହ୍ନଟ ହୋଇଥିବା ମାଲକାନଗିରି ପୌରାଚଂଳର ଡିଏନକେ ପୋଷ୍ଟଅଫିସ ଲାଇନ,ମଡଣ୍ଣ ର୍ ଇଂଲିସ ସ୍କୁଲ,ଡିଆରଡିଏ ଛକ,କୁମୁଟିଗୁଡା ଛକ,୧୧୯ କଲୋନି ଛକ,ଡିଏନକେ ପରିବା ମାର୍କେଟ ଛକ,ବାଲିମେଳା କୋର୍ଟ ଛକ,ହାଇସ୍କୁଲ ଛକ,ଜେଲ ସାହି ଛକ,ଜଗନ୍ନାଥ ମନ୍ଦିର ରାସ୍ତା କୁ କଟେଂନମେଟଂ ଜୋନ କରାଯାଇ ବିଭିନ୍ନ ସ୍ଥାନରେ ବ୍ୟାରିକେଟ ସହ ପୁଲିସ ପ୍ରହରା ଆରମ୍ଭ ହୋଇଯାଇଛି ।ଠିକ ସେହିପରି କାଲିମେଳା ଅଚଂଳ କୁ କଟେଂନମେଟଂ ଜୋନ ଘୋଷଣା କରାଯାଇ ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଡିଆରଡିଏ କାର୍ଯ୍ୟାଳୟ ଠାରେ ପ୍ରବାସୀ ଫେରନ୍ତା ଙ୍କ ପାଇଁ ହେଲ୍ପଡେକ୍ସ ଓ କୋଭିଡ୧୯ ହସପିଟାଲ , କ୍ୱାରେଟାଂଇନ ସେଟଂର,ଟିଏମସି କେନ୍ଦ୍ର ଗୁଡିକରେ ଖାଦ୍ୟ,ପରିସ୍କାର ପରିଛନ୍ନତା ଓ ଅନ୍ୟାନ ତଥ୍ୟ ସଂଗ୍ରହ ପାଇଁ ଫିଡବ୍ୟାକ କେନ୍ଦ୍ର ଖୋଲା ଯାଇ ସେଠାରେ ଅଧିକାରୀ ମାନଙ୍କୁ ନିଯୁକ୍ତି କରାଯାଇଛି ।କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ,କରୋନା ମହାମାରି ପାଇଁ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ଲକଡାଉନ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ । କୋଭିଡ୧୯ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.